ଦୁର୍ନୀତି ନିରାକରଣ ଓ ସ୍ୱଚ୍ଛ ଶାସନ ଦିଗରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ

add-all

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ। ରାଜ୍ୟ ଅତିଥି ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଲୋକାୟୁକ୍ତ ଗଠନ ପ୍ରକ୍ରିୟାକୁ ନେଇ ଆଲୋଚନା ହୋଇଥିବା ବେଳେ ଖୁବଶୀଘ୍ର ରାଜ୍ୟରେ ଲୋକାୟୁକ୍ତ ଗଠନ କରାଯିବ। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଲୋକାଯୁକ୍ତ ନିଯୁକ୍ତି ନେଇ ବୈଠକ ବସିଲା ଅର୍ଥ ପ୍ରକ୍ରିୟା ଆରମ୍ଭ ହେଲା। ଖୁବଶୀଘ୍ର ପ୍ରକ୍ରିୟା ସମାପ୍ତ ହେବ। ଯେଉଁ ସାମ୍ବିଧାନିକ ବ୍ୟବସ୍ଥା ଅଛି ସେଥିରେ ମୁଖ୍ୟମନ୍ତ୍ରୀ, ବିଧାନସଭାର ବାଚସ୍ପତି, ବିରୋଧୀ ଦଳ ନେତା ଚୟନ ପ୍ରକ୍ରିୟାରେ ନିଷ୍ପତ୍ତି ନେଇଥାନ୍ତି। ପ୍ରଥମ ମିଟିଂ ହୋଇଗଲାଣି, ଏହା ବହୁମତ ଆଧାରରେ ହୁଏ। ଆଶା କରୁଛୁ ଆଗାମୀ ଦିନରେ ଓଡ଼ିଶା ନୂଆ ଲୋକାଯୁକ୍ତ ଦେଖିବ।

ରାଜସ୍ୱ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିରୋଧୀ ଯଦି କହୁଛନ୍ତି ବିଳମ୍ୱ ହେଇଗଲା, ତାହେଲେ ସେମାନେ କୁହନ୍ତୁ ୨୪ ବର୍ଷ ଲମ୍ବା ସମୟ ନା ୨ ବର୍ଷ ଲମ୍ବା ସମୟ। କ୍ଷମତାରୁ ଚ୍ୟୁତ ହୋଇ ୨ ବର୍ଷ ଲମ୍ବା ଲାଗୁଛି। ୨୪ ବର୍ଷରେ ଯାହା କରିନ ୨ ବର୍ଷରେ ତାହା କରୁଛୁ। ୫ ବର୍ଷରେ ଯାହା କରିବୁ ତାହା ବିରୋଧୀ କଳ୍ପନା କରିନଥିବେ। ଦୁର୍ନୀତି ବିରୋଧରେ ସରକାରଙ୍କ ଲଢ଼େଇକୁ ଆହୁରି ମଜବୁତ କରିବା ଦିଗରେ ଲୋକାୟୁକ୍ତ ଗଠନ ଏକ ବଡ଼ ପଦକ୍ଷେପ।

ସୂଚନା ଥାଉକି ଦୁର୍ନୀତି ବିରୋଧରେ ଲଢ଼େଇ ଏବଂ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଦିଗରେ ଲୋକାୟୁକ୍ତ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା। ରାଜ୍ୟରେ ଲୋକାୟୁକ୍ତ ବ୍ୟବସ୍ଥାକୁ ଆହୁରି ସକ୍ରିୟ କରିବା ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ରାଜ୍ୟରେ ଖୁବଶୀଘ୍ର ଲୋକାୟୁକ୍ତ ଗଠନ କରାଯିବ। ଏହା ଦ୍ୱାରା ଦୁର୍ନୀତି ସମ୍ପର୍କିତ ଅଭିଯୋଗର ତଦନ୍ତ ଓ ଜବାବଦେହିତା ବ୍ୟବସ୍ଥାକୁ ଆହୁରି ମଜବୁତ କରିବାରେ ସହାୟତା ମିଳିବ ବୋଲି ଆଶା କରାଯାଉଛି । ବୈଠକରେ ସରକାରୀ ପକ୍ଷ ସହ ବିରୋଧୀ ଦଳର ନେତାଙ୍କ ଉପସ୍ଥିତି ମଧ୍ୟ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛି । ଲୋକାୟୁକ୍ତ ଗଠନ ନେଇ ସମସ୍ତ ପକ୍ଷଙ୍କ ସହମତି ଓ ପ୍ରକ୍ରିୟା ଆଗକୁ ବଢ଼ାଇବା ଉପରେ ଏହି ବୈଠକରେ ଫୋକସ୍ ରହିଥିବା ଜଣାପଡ଼ିଛି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏବେ ଖୁବଶୀଘ୍ର ଲୋକାୟୁକ୍ତ ଗଠନ ନେଇ ପରବର୍ତ୍ତୀ ପଦକ୍ଷେପ ଆସିବା ଉପରେ ସମସ୍ତଙ୍କ ନଜର।

ad-week
Leave A Reply

Your email address will not be published.