ପଣ୍ୟ କାରବାରରେ ରେକର୍ଡ କଲା ପାରାଦ୍ୱୀପ ବନ୍ଦର

ପାରାଦୀପ: ପାରାଦୀପ ବନ୍ଦରରେ ରେକର୍ଡ ଭାଙ୍ଗିଲା ପଣ୍ୟ କାରବାର। ଦେଶର ସବୁ ବନ୍ଦର ମଧ୍ୟରେ ଦ୍ରୁତତମ ପଣ୍ୟ କାରବାର କରି ପୁଣି ରେକର୍ଡ କରିଛି ପାରାଦ୍ୱୀପ ବନ୍ଦର l ଲଗାତର ୮ ବର୍ଷ ଧରି ୧୦୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର ଅତିକ୍ରମ କଲା ପାରାଦ୍ଵୀପ ବନ୍ଦର । ତେବେ ଗତବର୍ଷ…

କେଜ୍ରିୱାଲଙ୍କ ପୂର୍ବତନ ଆଲିଶାନ ବଙ୍ଗଳାକୁ ନେଇ ବିଜେପି-ଆପ୍ ମୁହାଁମୁହିଁ

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ପୂର୍ବତନ ବଙ୍ଗଳାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିବାବେଳେ କେଜ୍ରିୱାଲ ଯେଉଁ ବଙ୍ଗଳାରେ ରହୁଥିଲେ ସେହି ଆଲିଶାନ ବଙ୍ଗଳାର ଏକ ଭିଡିଓ ଶେୟାର କରି କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ…

ପାରାଦୀପ :୨ଟି ବୋଟ୍ ରୁ ୭୮ଜଣ ବାଂଲାଦେଶୀ ଅଟକ

ପାରାଦୀପ : ୨ଟି ବୋଟ୍ ରୁ ୭୮ଜଣ ବାଂଲାଦେଶୀ ଅଟକ। କୋଷ୍ଟଗାର୍ଡ କର୍ମଚାରୀମାନେ ସମସ୍ତଙ୍କୁ ଜାହାଜରେ ପାରାଦୀପ ଆଣୁଛନ୍ତି । ସମୁଦ୍ର ସୀମା ଉଲଙ୍ଘନ କରି ଭାରତକୁ ପଶି ଆସିଛନ୍ତି ଏହି ବାଂଲାଦେଶୀ ମତ୍ସ୍ୟଜୀବୀ। ସନ୍ଧ୍ୟା ସୁଦ୍ଧା ସେମାନଙ୍କର ୨ଟି ବୋଟ ସହିତ ୭୮ ଜଣ ମତ୍ସ୍ୟଜୀବୀଙ୍କୁ…

ଆଜିଠୁ ଆନ୍ତର୍ଜାତିକ ବ୍ୟାଡମିଣ୍ଟନ: ମଇଦାନରେ ୨୯ ଦେଶର ୩୦୦ରୁ ଅଧିକ ଖେଳାଳି

କଟକ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଡବ୍ଲ୍ୟୁଏଫ୍‌ ସୁପର ୧୦୦ ଓଡ଼ିଶା ମାଷ୍ଟର୍ସ ଆନ୍ତର୍ଜାତିକ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ୩ୟ ସଂସ୍କରଣ । କଟକର ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଆଜି ଠାରୁ ଏହା ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତା ପର୍ଯ୍ୟନ୍ତ ଚାଲିବ ପ୍ରତିଯୋଗିତା ।…

ସଂସଦରେ ହଙ୍ଗାମା, ଆଦାନୀ-ମୋଦି ଭାଇ ଭାଇ ଲେଖାଥିବା ବ୍ୟାଗ୍ ଧରି ପହଞ୍ଚିଲେ ପ୍ରିୟଙ୍କା

ସଂସଦରେ ଜାରି ରହିଛି ସଂଗ୍ରାମ। ଆଦାନୀ ପ୍ରସଙ୍ଗରେ ଉଠୁଛୁ ପଡୁଛି ସଂସଦର ଶୀତକାଳିନ ଅଧିବେଶନ। ବିରୋଧୀଙ୍କ ହଙ୍ଗାମା ଥମିବାର ନାଁ ଧରୁନାହିଁ। ଫଳରେ ଚାଲିପାରୁନି ଗୃହ। ଏହାରି ଭିତରେ ଓ୍ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧି ନିଆରା ଢ଼ଙ୍ଗରେ କରିଛନ୍ତି ବିରୋଧ। ସୋମବାର ବିରୋଧୀ ଦଳ ନେତା…

ଦାଦାନ ଖଟିବାକୁ ଯାଇ ଓମାନରେ ଓଡ଼ିଆ ଶ୍ରମିକ ମୃତ; ମୃତଦେହ ଆଣିବାକୁ ଉଦ୍ୟମ

ଭୁବନେଶ୍ବର: ବିଦେଶରେ ପୁଣି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି।‌ ପେଟ ପାଳିବା ପାଇଁ ଓମାନ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସେଠାରେ ଛାତ ଭୁଶୁଡ଼ି ପଡ଼ିବାରୁ ବିପିନ ବିହାରୀ ସ୍ବାଇଁଙ୍କ ମୃତ୍ୟୁ ହୋଇଛି। ତାଙ୍କର ମୃତଦେହ ଓଡ଼ିଶା ଆଣିବା ପାଇଁ ବିଜେପି…

ବିରୋଧୀ ନେତାଙ୍କ ଟାର୍ଗେଟ, ଶାସକ ଦଳର ଜବାବ୍, ଗୃହ କାର୍ଯ୍ୟ ଅଚଳ

ଭୁବନେଶ୍ୱର: ଗତକାଲି ପରି ଆଜି ମଧ୍ୟ ୯ ମାସର ବକେୟା ଦରମା ଦାବି ସହ ଅନ୍ୟାନ୍ୟ ଦାବି ନେଇ ଗାନ୍ଧୀମାର୍ଗରେ ଗର୍ଜିଛନ୍ତି ମିଶନ ଶକ୍ତି ମହିଳା । ବକେୟା ଦରମାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବା ସହ ବିକ୍ଷୋଭ ପଦର୍ଶନ କରିଛନ୍ତି ଅଲ ଓଡିଶା ଜିପିଏଲଫ ମିଶନ ଶକ୍ତି କର୍ମୀ ସଂଘ । ସେପଟେ ମିଶନ…

ବଢ଼ିଲା ଜଷ୍ଟିସ ଯାଦବଙ୍କ ଅଡ଼ୁଆ: ହାଇକୋର୍ଟଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଶେଖର କୁମାର ଯାଦବ ଦେଇଥିବା ବିବାଦୀୟ ବୟାନକୁ ଗୁରୁତ୍ୱର ସହ ନେଇଛନ୍ତି ସୁପ୍ରିମକୋର୍ଟ। ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଜଷ୍ଟିସ ଯାଦବ ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କୁ ଟାର୍ଗେଟ କରିଥିବା ଅଭିଯୋଗ…

୧୦ ବର୍ଷରେ ପ୍ରାଣ ହରାଇଛନ୍ତି ୮୫୭ ହାତୀ, ବିଦ୍ୟୁତ ଆଘାତରେ ଯାଇଛି ୧୪୯ ଜୀବନ

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ କାରଣରୁ ବର୍ଷକୁ ବର୍ଷ ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ତଥ୍ୟ ଅନୁସାରେ, ୧୦ ବର୍ଷରେ ପ୍ରାଣ ହରାଇଲେଣି ୮୫୭ ହାତୀ । ସେଥିରୁ ୩୦୮…

ମିଶନ ଶକ୍ତି ମହିଳାଙ୍କ ଧାରଣା: ପ୍ରଭାତୀ କହିଲେ,‘ କାହା କଥାରେ ପଡି ରାସ୍ତାରେ ଗଡ ନାହିଁ’

ଭୁବନେଶ୍ବର: ବକେୟା ଦରମା ପ୍ରସଙ୍ଗ ନେଇ ମିଶନ ଶକ୍ତି ମହିଳାଙ୍କ ଧାରଣାରେ ବିଜେଡି ନେତାଙ୍କ ସମର୍ଥନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା । ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତିର ମହିଳାଙ୍କୁ କେହି…