ସଂସଦରେ ହଙ୍ଗାମା, ଆଦାନୀ-ମୋଦି ଭାଇ ଭାଇ ଲେଖାଥିବା ବ୍ୟାଗ୍ ଧରି ପହଞ୍ଚିଲେ ପ୍ରିୟଙ୍କା

add-all

ସଂସଦରେ ଜାରି ରହିଛି ସଂଗ୍ରାମ। ଆଦାନୀ ପ୍ରସଙ୍ଗରେ ଉଠୁଛୁ ପଡୁଛି ସଂସଦର ଶୀତକାଳିନ ଅଧିବେଶନ। ବିରୋଧୀଙ୍କ ହଙ୍ଗାମା ଥମିବାର ନାଁ ଧରୁନାହିଁ। ଫଳରେ ଚାଲିପାରୁନି ଗୃହ। ଏହାରି ଭିତରେ ଓ୍ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧି ନିଆରା ଢ଼ଙ୍ଗରେ କରିଛନ୍ତି ବିରୋଧ।

ସୋମବାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସାମ୍ବାଦିକ ଭୂମିକାରେ ନଜର ଆସିଥିଲେ। ଆଦାନୀ ପ୍ରସିଙ୍ଗରେ ଶାସକ ଦଳକୁ ଘେରିବା ପାଇଁ ସେ ମୁହଁରେ ମୋଦି ଓ ଆଦାନୀ ମୁଖା ପିନ୍ଧିଥିଲେ। ଆଜି ପ୍ରିୟଙ୍କା ଗାନ୍ଧି ଆଦାନୀ-ମୋଦି ଭାଇ ଭାଇ ଲେଖାଥିବା ବ୍ୟାଗ୍‌ ଧରି ସଂସଦରେ ପହଞ୍ଚିଥିଲେ, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଓ୍ୱାୟନାଡ ସାଂସଦ କାନ୍ଧରେ ଯେଉଁ ବ୍ୟାଗ୍‌ ପକାଇ ଆସିଥିଲେ ସେଥିରେ ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ପଟେ ଗୌତମ ଆଦାନୀଙ୍କ ଫଟୋ ମଧ୍ୟ ଥିଲା। ପ୍ରିୟଙ୍କା କହିଛନ୍ତି, ‘ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଯେ, ଆଦାନୀ ପ୍ରସଙ୍ଗକୁ ନେଇ ସଂସଦ ଚାଲିପାରୁନାହିଁ। ଆଲୋଚନାରେ ବିରୋଧୀ ସାଂସଦମାନେ ଭାଗ ନେଇ ପାରୁନାହାନ୍ତି। ଆମେ ଗୃହ କାର୍ଯ୍ୟରେ ଭାଗ ନେବାକୁ ଚାହୁଁଛୁ କିନ୍ତୁ ସରକାର ଚାହୁଁନି। କୌଣସି ନା କୌଣସି ବାହାନାରେ ଗୃହକୁ ମୁଲତବୀ କରାଯାଉଛି।’

ଅନ୍ୟପଟେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବ୍ୟାଗକୁ ଦେଖିବା ମାତ୍ରେ ଖୁବ୍ ସୁନ୍ଦର ବୋଲି କହିଛନ୍ତି। ସେପଟେ ରାହୁଲ ଗାନ୍ଧି ସମସ୍ତ ବିରୋଧୀ ସାଂସଦଙ୍କୁ ଆଲୋଚନାରେ ଭାଗ ନେବା ପାଇଁ କହିଛନ୍ତି। ସେ ଚାହୁଁଛନ୍ତି ଯେ ଗୃହରେ ବିତର୍କ ଏବଂ ପ୍ରସଙ୍ଗ ଉପରେ ଆଲୋଚନା ହେଉ ବୋଲି କହିଛନ୍ତି।

ad-week
Leave A Reply

Your email address will not be published.