Browsing Category

ଓଡିଶା

ବର୍ଷାରେ ଭିଜିବ ରଥଯାତ୍ରା !

ଭୁବନେଶ୍ୱର: ରାତି ପାହିଲେ ପବିତ୍ର ଘୋଷଯାତ୍ରା l ପୁରୀରେ ରଥ,ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ l ବଡ଼ଦେଉଳରୁ ବଡ଼ଦାଣ୍ଡ ଭକ୍ତ ଗହଳିରେ ଉଛୁଳି ପଡ଼ିଲାଣି | ତେବେ ଆସନ୍ତାକାଲି ପୁରୀରେ କିଭଳି ରହିବ ପାଣିପାଗ? ସେନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା |

ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ, ଆକୁଳ ଭକ୍ତ

ପୁରୀ : ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା। ଏଥିପାଇଁ ରଥ, ପଥ ସବୁ ପ୍ରସ୍ତୁତ। ରଥଖଳାରେ ପ୍ରସ୍ତୁତ ୩ ରଥକୁ ବିଜେ ହେଲା ମହାପ୍ରଭୁଙ୍କ ଆଜ୍ଞାମାଳ । ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ |ବଡ଼ଦେଉଳରୁ ବଡ଼ଦାଣ୍ଡ ଭକ୍ତ ଗହଳିରେ ଉଛୁଳି ପଡ଼ିଲାଣି l ପୁଲିସ

ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ପ୍ରତିଷ୍ଠା ହେବ ୫୮ ଶୀତଳ ଭଣ୍ଡାର: ସବ ଡିଭିଜନ ସ୍ତରରେ ପ୍ରତିଷ୍ଠା ହେବ ଶୀତଳ ଭଣ୍ଡାର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କିସାନ ଯୋଜନାରୁ ବଞ୍ଚିତ ଅଛନ୍ତି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ୍ କରାଯିବ | କେବଳ ଭୂମିହୀନ ଚାଷୀଙ୍କୁ ଛାଡି ପ୍ରଧାନମନ୍ତ୍ରୀ କିସାନ ପାଇଁ ଯୋଗ୍ୟ ବିବେଚିତ ହେଉଥିବା କାଳିଆ ହିତାଧିକାରୀଙ୍କୁ ସାମିଲ କରାଯିବ | ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ସୁନାମ

ସୋମବାର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛୁଟି

ଭୁବନେଶ୍ବର : ସୋମବାର (ଜୁଲାଇ ୮ ତାରିଖ) ବନ୍ଦ ରହିବ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ। ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରଥଯାତ୍ରା ପାଇଁ ଏହି ଛୁଟି ଘୋଷଣା କରାଯାଇଛି।ବିଶ୍ୱପ୍ରସିଦ୍ଧ ପୁରୀ

ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିମାନବନ୍ଦରରେ ରାଷ୍ଟ୍ରପତି

ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ କାର୍ଯ୍ୟକ୍ରମ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରାଷ୍ଟ୍ରପତି…

ଭୁବନେଶ୍ବର: ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଆସି ଭୁବନେଶ୍ବର ବିମାନବନ୍ଦରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚିବା ପରେ ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିମାନବନ୍ଦରରେ ତାଙ୍କୁ ସ୍ବାଗତ କରିଥିଲେ। ସେଠାରୁ ରାଷ୍ଟ୍ରପତି ବିମାନ ବନ୍ଦରରୁ ସଡକ ପଥରେ

ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ

ଭୁବନେଶ୍ବର : ଓଡ଼ିଆ ପୁଅକୁ ବୀରତ୍ୱ ସମ୍ମାନ। ସାହସିକତା ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ପ୍ରଦାନ କରାଯାଇଛି ଶୌର୍ଯ୍ୟଚକ୍ର ସମ୍ମାନ। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି

ଭିଜିଲାସନ୍ସ ନେଲା ପାଇଖାନା ମହାଦୁର୍ନୀତି ର ଫାଇଲ

ଉମରକୋଟ / ଝରୀଗାଁ (୦୬/୦୭/୨୦୨୪ ) ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ଦୁର୍ନୀତିର ଫାଇଲ ଖୋଲିବ ସରକାର,ଏହି ମହାଦୁର୍ନୀତିର କିଙ୍ଗପିନଙ୍କ ମୁଖା ଖୋଲତାଡ଼ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ। ଏଥିପାଇଁ ବିଗତ ଦୁଇ ଦିନ ପୂର୍ବେ ଝରୀଗାଁ ବ୍ଲକରୁ ପାଇଖାନା ଯୋଜନାର ଫାଇଲ ସବୁ ସଂଗ୍ରହ କରିଛି

ସରୋଗେସି ଦ୍ୱାରା ମା ହୋଇଥିବା ମହିଳାଙ୍କୁ ବି ମିଳିବ ପ୍ରସବକାଳୀନ ଛୁଟି: ଓଡିଶା ହାଇକୋର୍ଟ

କଟକ: ସରୋଗେସି ମାଧ୍ୟମରେ ମା ହୋଇଥିବା କର୍ମଚାରୀଙ୍କୁ ପ୍ରାକୃତିକ ଉପାୟରେ ମା ହୋଇଥିବା ମହିଳାଙ୍କ ଭଳି ପ୍ରସବକାଳୀନ ଛୁଟି (ମାଟର୍ଣ୍ଣିଟି ଲିଭ୍) ସୁବିଧା ମିଳିବ। ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି।