Browsing Category

ବିଦେଶ

ରୁଷର ଓସା ମିସାଇଲ ସିଷ୍ଟମ ଧ୍ବଂସ କଲା ୟୁକ୍ରେନ, ୪୦ ରୁଷ ସୈନ୍ୟ ମୃତ

କିବ୍ : ୟୁକ୍ରେନ ଉପରେ ରୁଷ ପ୍ରବଳ ଆକ୍ରମଣ ଚଳାଇଥିବାବେଳେ ୟୁକ୍ରେନ ସେନା ବି ତାହାର କଡ଼ା ଜବାବ ଦେଇଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନର ସଶସ୍ତ୍ର ବାହିନୀର କ୍ଷେପଣାସ୍ତ୍ର ଏବଂ ଆର୍ଟିଲିରୀ ୟୁନିଟ୍ ଦକ୍ଷିଣ ଦିଗରେ ଶତ୍ରୁ ସ୍ଥିତିକୁ ଲକ୍ଷ୍ୟ କରି ୨୪୬ ଟି ରକେଟ୍ ନିକ୍ଷେପ କରିଛି ।

ଦେଶବାସୀଙ୍କୁ ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମ୍ବୋଧନ: ‘ଆମେ ମିଳିତ ଭାବେ ଅବିଶ୍ୱସନୀୟ ଲକ୍ଷ୍ୟ…

ଇଂଲଣ୍ଡ: ବ୍ରିଟେନର ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ୧୦ ଡାଉନିଂ ଷ୍ଟ୍ରିଟରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଥମ ଅଭିଭାଷଣ ରଖିଛନ୍ତି ଋଷି ସୁନକ। ସେ କହିଛନ୍ତି, ‘ମୁଁ ମୋର ପୂର୍ବବର୍ତ୍ତୀ ଲିଜ୍‌ ଟ୍ରସ୍‌ଙ୍କୁ ପ୍ରଶଂସା କରିବାକୁ ଚାହୁଁଛି। ସେ ଏହି ଦେଶର ଅଭିବୃଦ୍ଧିରେ ଉନ୍ନତି ଆଣିବାକୁ

ହ୍ୱାଇଟ୍ ହାଉସରେ ଦୀପାବଳି

ୱାଶିଂଟନ୍‌: ଆମେରିକାର ହ୍ୱାଇଟ୍ ହାଉସ୍‌ରେ ଫୁଟିଲା ବାଣ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସ୍ ବାଣ ଫୁଟାଇ ଦୀପାବଳି ପାଳନ କରିଛନ୍ତି। କେବଳ ସେତିକି ନୁହେଁ ଦୀପ ଜାଳି ଜୋ ବାଇଡେନ୍ ୨୦୦ ଲୋକଙ୍କ ସହ ବଡ ଧରଣରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଯାହାର

ବ୍ରିଟେନରେ ଆରମ୍ଭ ହେଲା ଋଷିଙ୍କ ଶାସନ

ଲଣ୍ଡନ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି ଋଷି ସୁନକ। ଆଜି ତାଙ୍କୁ ବ୍ରିଟେନର ରାଜା ଚାର୍ଲସ ତୃତୀୟ ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ବକିଂହାମ ପ୍ୟାଲେସ୍‌ରେ ଆଜି ସୁନକ ରାଜା ଚାର୍ଲସ

ଚୀନ୍‌ରେ ତୃତୀୟ ଥର ପାଇଁ ଆରମ୍ଭ ହେଲା ଜିନ୍‌ପିଙ୍ଗ ଯୁଗ

ବେଜିଂ: ହ୍ୟାଟ୍ରିକ୍ ମାରିଲେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ଚୀନ୍‌ରେ ତୃତୀୟ ଥର ପାଇଁ ଆରମ୍ଭ ହେଲା ଜିନ୍‌ପିଙ୍ଗ ଯୁଗ। ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ତୃତୀୟ ଥର କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଆଗାମୀ ୫ ବର୍ଷ ପାଇଁ ସେ ଏହି ଦାୟିତ୍ୱ

ସୁନକଙ୍କୁ ୧୦୦ ସାଂସଦଙ୍କ ସମର୍ଥନ

ଲଣ୍ଡନ:ବ୍ରିଟେନ୍ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଲିଜ୍ ଟ୍ରସ୍ ଇସ୍ତଫା ଦେବା ପରେ ଭାରତୀୟ ବଂଶୋଦ୍ଭବ ରୁଷି ସୁନକ ପ୍ରଧାନମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି। ଗତଥର ବିଫଳ ହୋଇଥିବା ରୁଷିଙ୍କୁ ଚଳିତ ଥର ପ୍ରଥମ ପର୍ଯ୍ୟାୟରେ ହିଁ ସଫଳତା ହାସଲ ହୋଇଛି। ତାଙ୍କୁ ମିିଳିଛି ମ୍ୟାଜିକ୍

ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କଲେ ନିର୍ବାଚନ କମିଶନ

ଇସଲାମାବାଦ: ଉପହାର ମାମଲାରେ ବଡ଼ ପଦକ୍ଷେପ ନେଇଛନ୍ତି ପାକିସ୍ତାନ ନିର୍ବାଚନ କମିଶନ। ଆଜି କମିଶନ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଏଥିସହ ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ ଆଉ ଜାତୀୟ ସଂସଦର ସଦସ୍ୟ ରହିପାରିବେ ନାହିଁ ବୋଲି କମିଶନ କହିଛନ୍ତି।

ଭାରତ ସମେତ କେତେକ ଦେଶରେ ଆସିପାରେ କରୋନାର ଆଉ ଏକ ଲହର: WHO

ଜେନେଭା ୨୧।୧୦: କୋଭିଡ-୧୯ ଭୂତାଣୁ ଓମିକ୍ରନର ସବ୍ ଭାରିଏଣ୍ଟ ଏକ୍ସବିବି ଏବେ ଡରଉଛି। ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ଙ୍କ ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ୱାମୀନାଥନ ଏ ନେଇ ଚେତାବନୀ ଦେଇ କିଛି ଦେଶରେ ଓମିକ୍ରନର ଏକ୍ସବିବି ସବ ଭାରିଏଣ୍ଟ ସଂକ୍ରମଣ ଯୋଗୁ କୋଭିଡ ସଂକ୍ରମଣର

୪୫ ଦିନ କ୍ଷମତାରେ ରହିବା ପରେ ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଲିଜ୍‌ ଟ୍ରସ। ସେ ମାତ୍ର ୪୫ ଦିନ ତଳେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ହେଲେ ଦେଶର ଆର୍ଥିକ ସଙ୍କଟ ଉଗ୍ର ରୂପ ଧାରଣ କରିଥିବାରୁ ଟ୍ରସ୍‌ଙ୍କ ଉପରେ ଚାପ ବଢ଼ିଥିଲା। ଏହି ଚାପକୁ ସହ୍ୟ ନ କରିପାରି ଆଜି ସେ

କ୍ରିମିଆରେ ରୁଷ ସୈନ୍ୟଙ୍କୁ ଡ୍ରୋନ ଉଡ଼ାଣ ତାଲିମ ଦେଉଛନ୍ତି ଇରାନୀ ଅଫିସର

ମସ୍କୋ : ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷକୁ ପ୍ରତ୍ୟକ୍ଷ ଭାବରେ ସାହାଯ୍ୟ କରୁଛି ଇରାନ । ଇରାନର ସାମରିକ ଅଧିକାରୀମାନେ ଯୁଦ୍ଦ କ୍ଷେତ୍ରରେ ରୁଷ ସୈନ୍ୟଙ୍କୁ ଡ୍ରୋନ ପରଚାଳନା ଚାଲିମ ଦେଉଛନ୍ତି । ଆମେରିକୀୟ ଗୁଇନ୍ଦା ସୁତ୍ରକୁ ଉଦ୍ଧା କରି ଏକ ଗଣମାଧ୍ୟମ ରିପୋର୍ଟ କହିଛି ଯେ, ପ୍ରାୟ ଏକ