ଚୀନ୍‌ରେ ତୃତୀୟ ଥର ପାଇଁ ଆରମ୍ଭ ହେଲା ଜିନ୍‌ପିଙ୍ଗ ଯୁଗ

add-all

ବେଜିଂ: ହ୍ୟାଟ୍ରିକ୍ ମାରିଲେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ଚୀନ୍‌ରେ ତୃତୀୟ ଥର ପାଇଁ ଆରମ୍ଭ ହେଲା ଜିନ୍‌ପିଙ୍ଗ ଯୁଗ। ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ତୃତୀୟ ଥର କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଆଗାମୀ ୫ ବର୍ଷ ପାଇଁ ସେ ଏହି ଦାୟିତ୍ୱ ତୁଲାଇବେ।
ଦଳ ଉପରେ ସି’ ଜିନ୍‌ପିଙ୍ଗ୍‌ଙ୍କ ଆଧିପତ୍ୟ ସୁଦୃଢ଼ କରାଇ ଶନିବାର ଦିନ ଚୀନ କମ୍ୟୁନିଷ୍ଟ୍ ପାର୍ଟିର ମହାସଭା ଶେଷ ହୋଇଥିଲା। ଦଳର ସଂସ୍ଥାପକ ମାଓ ଜେଡୋଙ୍ଗ୍‌ଙ୍କ ପରେ ୬୯ ବର୍ଷିୟ ସି’ ହେଉଛନ୍ତି ସବୁଠୁ କ୍ଷମତାଶୀଳ ନେତା।
୧୦ ବର୍ଷ କାର୍ଯ୍ୟକାଳ ପୂରଣ କରିବା ସହ ଔପଚାରିକ ଅବସର ଗ୍ରହଣ ବୟସ ୬୮ ବର୍ଷ ଅତିକ୍ରାନ୍ତ କରି ସାରିଥିଲେ ସୁଦ୍ଧା ସେ ଦିନକ ପୂର୍ବରୁ ମହାସଭାରେ ଶକ୍ତିଶାଳୀ କେନ୍ଦ୍ରୀୟ କମିଟିକୁ ନିର୍ବାଚିତ ହୋଇଥିଲେ। ଏହାଛଡ଼ା, ଦେଶ ଶାସନ ନିମନ୍ତେ ‘ଷ୍ଟାଣ୍ଡିଙ୍ଗ୍ କମିଟି’ ସଦସ୍ୟ ଚୟନ କରୁଥିବା ୨୫ ସଦସ୍ୟବିଶିଷ୍ଟ ‘ପଲିଟିକାଲ୍ ବ୍ୟୁରୋ’କୁ ମଧ୍ୟ ‘ସେଣ୍ଟ୍ରାଲ୍ କମିଟି’ର ସଦସ୍ୟମାନେ ନିର୍ବାଚିତ କରିଥିଲେ।
ଜିନ୍‌ପିଙ୍ଗ କହିଛନ୍ତି, ଦଳର ସାମଗ୍ରିକ ନେତୃତ୍ୱକୁ ବଜାୟ ରଖିବା ଓ ସୁଦୃଢ଼ କରିବାର ଆବଶ୍ୟକତା ଅଛି। ସଂଗ୍ରାମ କରିବାର ଦୁଃସାହସ କର, ଜିଣିବାକୁ ଦୁଃସାହସ କର। ଅପ୍ରୀତିକର ବିଷୟ ଚିନ୍ତା ନ କରି କଠିନ ଶ୍ରମ କର। ଅଗ୍ରଗତି ବଜାୟ ରଖିବାକୁ ପ୍ରତିବଦ୍ଧ ହୁଅ।

ad-week
Leave A Reply

Your email address will not be published.