ହ୍ୱାଇଟ୍ ହାଉସରେ ଦୀପାବଳି

add-all

ୱାଶିଂଟନ୍‌: ଆମେରିକାର ହ୍ୱାଇଟ୍ ହାଉସ୍‌ରେ ଫୁଟିଲା ବାଣ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସ୍ ବାଣ ଫୁଟାଇ ଦୀପାବଳି ପାଳନ କରିଛନ୍ତି। କେବଳ ସେତିକି ନୁହେଁ ଦୀପ ଜାଳି ଜୋ ବାଇଡେନ୍ ୨୦୦ ଲୋକଙ୍କ ସହ ବଡ ଧରଣରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

ଆଲୋକର ପର୍ବ ଦୀପାବଳି କେବଳ ଭାରତ ନୁହେଁ ସାରା ବିଶ୍ୱରେ ପାଳନ ହୋଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କ ପତ୍ନୀଙ୍କ ସମେତ ହ୍ୱାଇଟ୍ ହାଉସରେ ବେଶ୍ ଧୁମ୍‌ଧାମ୍‌ରେ ଦୀପାବଳି ପାଳନ କରିଛନ୍ତି। ଏଥିସହ କମଲା ହାରିସ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ। କେବଳ ସେତିକି ନୁହେଁ ବାଇଡେନ୍‌ଙ୍କ ପ୍ରଶାସନର ୨୦୦ ଭାରତୀୟ ଆମେରିକୀୟ ଏହି ଉତ୍ସବରେ ଯୋଗ ଦେଇ ବାଣ ଫୁଟାଇଥିଲେ।
ଏହି ଅବସରରେ ଜୋ ବାଇଡେନ୍ କହିଥିଲେ, ‘ହ୍ୱାଇଟ୍ ହାଉସରେ ଏଭଳି ବଡ ଧରଣର ଦୀପାବଳି ପ୍ରଥମ ଥର ପାଇଁ ପାଳନ ହୋଇଛି। ଦୀପାବଳିକୁ ଆମେରିକୀୟ ସଂସ୍କୃତିର ଏକ ଅଂଶ କରିଥିବାରୁ ଧନ୍ୟବାଦ। ଯୁକ୍ତରାଷ୍ଟ୍ର ଆମେରିକା, ଭାରତ ଓ ସମଗ୍ର ବିଶ୍ୱରେ ଏହି ଆଲୋକର ପର୍ବକୁ ପାଳନ କରୁଥିବା ଏକ ବିଲିୟନରୁ ଅଧିକ ହିନ୍ଦୁ, ଜୈନ, ଶିଖ ଓ ବୌଦ୍ଧ ଧର୍ମାବଲମ୍ବୀଙ୍କୁ ଦୀପାବଳିର ଅନେକ ଶୁଭେଚ୍ଛା।’

ଉଲ୍ଲେଖଯୋଗ୍ୟ, ହ୍ୱାଇଟ୍ ହାଉସରେ ଦୀପାବଳି ପାଳନ କରିବା ପରମ୍ପରା ବହୁ ପୁରୁଣା। ଏହାର ଆରମ୍ଭ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍ ପ୍ରଶାସନଙ୍କ ସମୟରେ ହୋଇଥିଲା, ଯାହା ଏପର୍ଯ୍ୟନ୍ତ ଚାଲି ଆସିଛି। ଚଳିତ ବର୍ଷ ଦୀପାବଳି ଅବସରରେ ହ୍ୱାଇଟ୍ ହାଉସରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଏହି ସମୟରେ ଭାରତୀୟ ସଂସ୍କୃତିର ଝଲକ୍ ଦେଖିବାକୁ ମିଳିଥିଲା।

ad-week
Leave A Reply

Your email address will not be published.