ମଠ ଭିତରୁ ଲିଙ୍ଗାୟତ ସାଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

add-all

ବେଙ୍ଗାଲୁରୁ: ମଠ ଭିତରେ ଲିଙ୍ଗାୟତ ସାଧୁଙ୍କ ଆତ୍ମହତ୍ୟା। କର୍ଣ୍ଣାଟକର ରାମନଗର ଜିଲ୍ଲାରେ ଜଣେ ଲିଙ୍ଗାୟତ ସାଧୁଙ୍କ ମୃତଦେହ ମଠ ଭିତରୁ ଜବତ ହୋଇଛି। ଏଥିସହ ମୃତଦେହ ନିକଟରୁ ଦୁଇଟି ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି।

ପୁଲିସ ସୂଚନା ମୁତାବକ, ସାଧୁ ଜଣକ ମଠ ଭିତରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୁଇସାଇଡ୍ ନୋଟ୍‌ରେ ସେ ଉତ୍ପୀଡନ ଅଭିଯୋଗ କରିଛନ୍ତି। ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି କହିଛି।

ରାମନଗର ଜିଲ୍ଲାର ଶ୍ରୀକୁଞ୍ଚୁଗଲ ବନ୍ଦେମଠରେ ଲିଙ୍ଗାୟତ ସାଧୁ ବସୱାଲିଙ୍ଗ ସ୍ୱାମୀଙ୍କ ମୃତଦେହ ଆଶ୍ରମ ଭିତରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ସକାଳୁ ମଠର ମୁଖ୍ୟ ପୂଜାରୀ ଥିବା ବସୱାଲିଙ୍ଗ ସ୍ୱାମୀ ତାଙ୍କ କଠୋରୀର କବାଟ ଖୋଲି ନଥିବାରୁ ଭକ୍ତମାନେ କବାଟ ବାଡେଇ ଥିଲେ। ଏପରିକି ସାଧୁଙ୍କୁ ଫୋନ୍ ମଧ୍ୟ କରିଥିଲେ। ହେଲେ କୌଣସି ଉତ୍ତର ନମିଳିବାରୁ ଭକ୍ତମାନେ କବାଟ ଭାଙ୍ଗି ଦେଇଥିଲେ। ଏହାପରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା।

ad-week
Leave A Reply

Your email address will not be published.