Browsing Category

ଦେଶ

ନୋବେଲ୍‌ ପୁରସ୍କାର ୨୦୨୨: ମେଡିସିନ୍‌ରେ କ୍ଷେତ୍ରରେ ନୋବେଲ୍ ପାଇବେ ସୁଇଡେନ ବୈଜ୍ଞାନିକ ସ୍ୱେନ୍ତେ ପାବୋ

ନୂଆଦିଲ୍ଲୀ: ସାଇକୋଲୋଜୀ ଓ ଔଷଧ ପାଇଁ ୨୦୨୨ ନୋବେଲ୍ ପୁରସ୍କାର ପାଇବେ ସୁଇଡେନ୍‌ ବୈଜ୍ଞାନିକ ସ୍ୱନ୍ତେ ପାବୋ। ମାନବବିବର୍ତ୍ତନ ସମ୍ପର୍କିତ ଗବେଷଣା ପାଇଁ ତାଙ୍କୁ ୨୦୨୨ ନୋବେଲ୍ ପୁରସ୍କାର ମିଳିବ।

ବାୟୁସେନାରେ ସାମିଲ ହେଲା ‘ପ୍ରଚଣ୍ଡ’, ଗୋଟିଏ ମିନିଟ୍‌ରେ କରିବ ୭୫୦ ଗୁଳି ବର୍ଷା

ନୂଆଦିଲ୍ଲୀ ୦୩।୧୦: ଗୋଟିଏ ମିନିଟରେ ୭୫୦ ଗୁଳି ବର୍ଷା । ୨୨ବର୍ଷ ତଳେ ଭାରତ ଯେଉଁ ସ୍ବପ୍ନ ଦେଖିଥିଲା ତାହା ପୂରା ହୋଇଛି । ଭାରତୀୟ ବାୟୁସେନାରେ ସାମିଲ ହୋଇଛି ହାଲୁକା ଲଢୁଆ ବିମାନ । ଯାହାର ନାଁ ରଖା ଯାଇଛି ପ୍ରଚଣ୍ଡ । ଖବର ଅନୁଯାୟୀ, ନବରାତ୍ରର ମହାଷ୍ଟମୀ…

ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର

ଉତ୍ତରପ୍ରଦେଶ ୦୩/୧୦: ସବୁଠି ଚାଲିଛି ପାର୍ବଣ ଋତୁ । ପୂଜା ପାଉଛନ୍ତି ଦେବୀ ଦଶଭୂଜା । ମାଙ୍କ ପୂଜାକୁ ଧୂମଧାମରେ ପାଳୁଛନ୍ତି ଲୋକେ । ତେବେ ଏହାରି ଭିତରେ ଘଟିଛି ଅଘଟଣ । ଉତ୍ତର ପ୍ରଦେଶରୁ ଘଟିଯାଇଛି ଦୁଃଖଦ ଘଟଣା । ଏଠାରେ ଏକ ପୂଜା ମଣ୍ଡପରେ ଆରତୀ ଚାଲୁଥିବା ବେଳେ ହଠାତ ନିଆଁ…

ମହିଷାସୁର ବଦଳରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମା, ବିବାଦ ପରେ ହଟିଲା ମୂର୍ତ୍ତି

ପଶ୍ଚିମବଙ୍ଗ ୦୩/୧୦: କୋଲକାତାର ଦୁର୍ଗା ପୂଜା ଅଭାବନୀୟ ଘଟଣା । ପୂଜା ପେଣ୍ଡାଲରେ ମହିଷାସୁରଙ୍କ ସ୍ଥାନରେ ସ୍ଥାନ ପାଇଥିଲା ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି । ଜାତିର ପିତାଙ୍କ ଜନ୍ମଦିବସରେ ତାଙ୍କୁ ଏପରି ଚିତ୍ରିତ କରାଯାଇଛି । ଯାହା ହାସ୍ୟାସ୍ପଦ ବୋଲି ଚର୍ଚ୍ଚା ହେଉଛି । …

ଦୀର୍ଘ ୮ ବର୍ଷ ପରେ ମଙ୍ଗଳଯାନ-୧ ମିଶନର ଅନ୍ତ

ନୂଆଦିଲ୍ଲୀ ୦୩/୧୦: ଦୀର୍ଘ ୮ ବର୍ଷ ପରେ ଭାରତର ପ୍ରଥମ ମଙ୍ଗଳଯାନ ଅଭିଯାନ ବା ମାର୍ସ ଅର୍ବିଟର ମିଶନ (ଏମ୍‌ଓଏମ୍‌) ର ଅନ୍ତ ଘଟିଛି। ଅର୍ବିଟର ମହାକାଶଯାନରୁ ଇନ୍ଧନ ଓ ବ୍ୟାଟେରୀ ଶେଷ ହେବା ପରେ ଭୂ-ପୃଷ୍ଠରେ ଥିବା ଷ୍ଟେସନ ସହିତ ତାର ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ୨୦୧୩ ନଭେମ୍ବର…

ଫୁଟ୍‌ବଲ୍‌ ମ୍ୟାଚ୍‌ ବେଳେ ଦଳାଚକଟା, ୧୭୪ ମୃତ

ନୂଆଦିଲ୍ଲୀ: ଫୁଟବଲ ମ୍ୟାଚ ପରେ ବଡ ଧରଣର ହିଂସା। ପ୍ରାଣ ହରାଇଲେ ୧୭୪ଜଣ। ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଗତକାଲି ଇଣ୍ଡୋନେସିଆରେ ଇଷ୍ଟ ଜାଭା ସ୍ଥିତ କାଞ୍ଜୁରୁହାନ୍ ଷ୍ଟାଡିୟମରେ ଆରେମା ଏଫ୍ସି ଓ ପେସେବାୟା ସୁରବାୟା ଟିମ୍ ମଧ୍ୟରେ ମ୍ୟାଚ ହେଉଥିଲା। କିନ୍ତୁ ମ୍ୟାଚ ପରେ ପରାଜିତ ଦଳର…

ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ନେତାବୃନ୍ଦ

ନୂଆଦିଲ୍ଲୀ: ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ଦେଶବ୍ୟାପୀ ଗାନ୍ଧୀ ଜୟନ୍ତୀ ପାଳନ କରାଯାଉଛି। ବିଶେଷ କରି ରାଜଘାଟରେ ଥିବା ଗାନ୍ଧୀଜୀଙ୍କ ସମାଧିସ୍ଥଳରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ସମସ୍ତଙ୍କ ମନ୍ତ୍ରୀ ଓ ନେତାବୃନ୍ଦ…

କେଜ୍ରିୱାଲଙ୍କ ଉପରକୁ ବୋତଲ ମାଡ଼

ଅହମ୍ମଦାବାଦ: ସର୍ବ ସମ୍ମୁଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରକୁ ପାଣି ବୋତଲ ମାଡ। ଗରବା କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଇଥିବା ବେଳେ ତାଙ୍କ ଉପରକୁ ପାଣି ବୋତଲ ମାଡ ହୋଇଛି। ଗୁଜରାଟ ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ବିଜୟୀ କରିବା ପାଇଁ ଲାଗିପଡିଛନ୍ତି…

ମଞ୍ଚ ଉପରୁ ହାତ ପତାଇ ଚାନ୍ଦା ମାଗିଲେ ଓମ୍‌ ପ୍ରକାଶ

ଲକ୍ଷ୍ନୌ: ପୁଣି ଚର୍ଚ୍ଚାରେ ସୁହେଲଦେବ ଭାରତୀୟ ସମାଜ ପାର୍ଟିର ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର। ଏଥିର ସେ ମଞ୍ଚ ଉପରୁ ହିଁ ହାତ ପତାଇ ମାଗିଛନ୍ତି ଚାନ୍ଦା। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶନିବାର ସନ୍ଧ୍ୟାରେ ରାଜଭର ସନ୍ଥକବିରନଗର ଜିଲ୍ଲାରେ ସାବଧାନ ରଥ ନେଇ…

ସ୍ବଚ୍ଛ ସର୍ବକ୍ଷେଣ ୨୦୨୨: ଇନ୍ଦୋର ପ୍ରଥମ ସ୍ଥାନ, ୮୦ ନମ୍ବରରେ ଭୁବନେଶ୍ବର

ନୂଆଦିଲ୍ଲୀ: ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୨ରେ ପୁଣିଥରେ ମଧ୍ୟପ୍ରଦେଶର ଇନ୍ଦୋର ପ୍ରଥମ ସ୍ଥାନ ହାସଲ କରିଛି। ଲଗାତର ୬ଷ୍ଠ ଥର ପାଇଁ ଶୀର୍ଷ ସ୍ଥାନରେ ରହିବାରେ ରେକର୍ଡ କରିଛି । ଏଥି ସହିତ ଗୁଜୁରାଟର ସୁରଟକୁ ଦ୍ୱିତୀୟ ପରିଷ୍କାର ସହର ଭାବରେ ଚୟନ କରାଯାଇଛି। ସ୍ୱଚ୍ଛତା ସର୍ଭେରେ ଦିଲ୍ଲୀ ନବମ…