Browsing Category

ଦେଶ

ନେଦରଲ୍ୟାଣ୍ଡରେ ଆମେରିକା ରାଷ୍ଟ୍ରଦୂତ ହେବେ ଭାରତୀୟ ବଂଶୋଭବ ମହିଳା ଶେଫାଳୀ ରାଜଦାନ

ନ୍ୟୁୟର୍କ: ଭାରତୀୟ ବଂଶୋଭବ ମହିଳା ଶେଫାଳୀ ରାଜଦାନ ନେଦରଲାଣ୍ଡରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ଭାବେ କାମ କରିବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶେଫାଳୀଙ୍କୁ ଏଥି ନିମନ୍ତେ ମନୋନୀତ କରିଥିବା ବେଳେ ଏନେଇ ହ୍ୱାଇଟ ହାଉସ୍‌ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।୫୦…

ପୂରା ପଞ୍ଜାବକୁ ଶପଥ ପାଠ ଉତ୍ସବକୁ ନିମନ୍ତ୍ରଣ କଲେ ଭଗୱନ୍ତ ମାନ

ନୁଆଦିଲ୍ଲୀ: ପଞ୍ଜାବରେ ଐତିହାସିକ ବିଜୟ ଲାଭ କରିଥିବା ଆମ ଆଦମୀ ପାର୍ଟି(ଆପ୍‌) ଆଜି ବିଧିବଦ୍ଧ ଭାବେ ସରକାର ଗଠନ କରିବାକୁ ରାଜ୍ୟପାଳଙ୍କୁ ପତ୍ର ଦେଇଛି। ଆପ୍‌ର ବିଧାୟକ ଦଳ ନେତା ଭଗୱନ୍ତ ମାନ ଆଜି ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ଭେଟି ସରକାର ଗଠନ ପାଇଁ ଅନୁମତି ଲୋଡ଼ିଛନ୍ତି।ଏବେ…

ପୂର୍ବତନ ବିଧାୟକ ଓ ମନ୍ତ୍ରୀମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦେବାକୁ ଭଗୱନ୍ତ ମାନ୍ ନିର୍ଦ୍ଦେଶ ଦେଲେ

ନୂଆଦିଲ୍ଲୀ: ଆସୁ ଆସୁ କ୍ଷମତାର ଦମ ଦେଖାଇଲେ ଆପ୍‌ ନେତା ଭଗୱନ୍ତ ମାନ୍‌। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପଞ୍ଜାବର ପୂର୍ବତନ ବିଧାୟକ ଓ ମନ୍ତ୍ରୀମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦେବାକୁ ଭଗୱନ୍ତ ମାନ୍ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ…

ରାଫେଲକୁ ଟକ୍କର ଦେବାଲାଗି ଚୀନଠାରୁ ପାକିସ୍ତାନ କିଣିଲା ଜେ-୧୦ସି

ଇସଲାମାବାଦ: ବନ୍ଧୁ ଚାଇନା ଠାରୁ ଶେଷରେ ପାକିସ୍ତାନ ଅତ୍ୟାଧୁନିକ ଯୁଦ୍ଧ ବିମାନ ଜେ-୧୦ସି ହାସଲ କରିଛି। ଏହି ଯୁଦ୍ଧ ବିମାନକୁ ପାକିସ୍ତାନ ତା’ର ବାୟୁସେନାରେ ସାମିଲ କରି ଶକ୍ତି ବୃଦ୍ଧି କରିଥିବା ଦାବି କରିଛି। ଚାଇନା ନିର୍ମିତ ଜେ-୧୦ସି ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରିବା ପାଇଁ…

ଏପ୍ରିଲ ୨୬ରୁ ସିବିଏସଇ ଟର୍ମ-୨ ପରୀକ୍ଷା

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପକ୍ଷରୁ ଟର୍ମ-୨ ବୋର୍ଡ ପରୀକ୍ଷାସୂଚୀ ପ୍ରକାଶ ପାଇଛି । ଉଭୟ ୧୦ମ ଓ ୧୨ଶ ଶ୍ରେଣୀର ଟର୍ମ-୨ ପରୀକ୍ଷା ଏପ୍ରିଲ ୨୬ରୁ ଆରମ୍ଭ ହେବ । ତେବେ ୧୦ମ ବୋର୍ଡ ପରୀକ୍ଷା ମେ ୨୪ ଓ ୧୨ଶ ବୋର୍ଡ ପରୀକ୍ଷା ଜୁନ ୧୫ରେ ଶେଷ ହେବ । …

ପଞ୍ଜାବକୁ ବହୁତ ଭଲ ପାଏ, ହାରିଗଲେ ବି ଚିନ୍ତା ନାହିଁ: ସିଦ୍ଧୁ

ଚଣ୍ଡୀଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନରେ ​​ପରାଜୟ ପରେ ନରମିଯାଇଛି ନବଜୋତ ସିଂ ସିଦ୍ଧୁଙ୍କ ସ୍ୱର | ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଶୁକ୍ରବାର ଦିନ କହିଛନ୍ତି ଯେ ପଞ୍ଜାବକୁ ଭଲ ପାଉଥିବା ବ୍ୟକ୍ତି ନିର୍ବାଚନ ଫଳାଫଳକୁ ଗୁରୁତ୍ୱ ଦିଅନ୍ତି ନାହିଁ । ତାଙ୍କର ଲକ୍ଷ୍ୟ ହେଉଛି…

ଟ୍ରାଫିକ ନିୟମକୁ ଭାଙ୍ଗୁଥିବା ପୁଲିସ କର୍ମୀ ଦେବେ ଦୁଇ ଗୁଣ ଜରିମାନା

ନୂଆଦିଲ୍ଲୀ: ଏଣିକି ଟ୍ରାଫିକ ନିୟମ ଭାଙ୍ଗୁଥିବା ପୁଲିସ କର୍ମଚାରୀ ଦୁଇ ଗୁଣ ଜରିମାନା ଦେବେ | ନୂଆଦିଲ୍ଲୀରେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଦିଲ୍ଲୀ ପୁଲିସ କର୍ମଚାରୀଙ୍କୁ ସାଧାରଣ ଜରିମାନାର ଦୁଇଗୁଣ ଦେବାକୁ ପଡିବ। ଅତିରିକ୍ତ ପୁଲିସ କମିଶନର (ଟ୍ରାଫିକ) ଅଜୟ କୃଷ୍ଣ ଶର୍ମା କହିଛନ୍ତି…

ମୋଦିଙ୍କ ‘୨୦୨୪’ ମନ୍ତବ୍ୟକୁ ତୀବ୍ର ସମାଲୋଚନା କଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘୨୦୨୪’ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାହେବ ବୋଲି ସମ୍ବୋଧନ କରିଛନ୍ତି। ଏଥିସହ ସାହେବ ଚତୁର ପ୍ରୟାସ କରିଥିବା କଥା ମଧ୍ୟ କହିଛନ୍ତି। ୫ ରାଜ୍ୟରେ…

ପଞ୍ଜାବ ପରେ ଗୁଜୁରାଟ ଓ ହିମାଚଳ ଉପରେ ଆପ୍ ର ଆଖି

ନୂଆଦିଲ୍ଲୀ: ପଞ୍ଜାବରେ ସବୁ ବଡ଼ବଡ଼ ରାଜନୀତିକ ଦଳର ସ୍ୱପ୍ନକୁ ଚୂରମାର କରିଦେଇଛି ଆପ୍‌। ଦିଲ୍ଲୀ ପରେ ପ୍ରଥମଥର ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ପଞ୍ଜାବରେ ଐତିହାସିକ ବିଜୟ ହାସଲ କରିଛି। ଦଳ ଏକାକୀ ୯୨ଟି ଆସନ ଜିତିଥିବା ବେଳେ କ୍ଷମତାରେ ଥିବା କଂଗ୍ରେସ କେବଳ ୧୮ଟି ସ୍ଥାନରେ ବାଜିମାତ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଚନ୍ନି, ୧୬ରେ ଶପଥ ନେବେ ମାନ୍‌

ଅମୃତସର: ପଞ୍ଜାବର ବିଧାନସଭା ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ନେତା ଚରଣଜିତ ସିଂହ ଚନ୍ନି। ଆଜି ସେ ମଧ୍ୟାହ୍ନ ସମୟରେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ୯୨ଟି ଆସନ…