ଟ୍ରାଫିକ ନିୟମକୁ ଭାଙ୍ଗୁଥିବା ପୁଲିସ କର୍ମୀ ଦେବେ ଦୁଇ ଗୁଣ ଜରିମାନା

add-all

ନୂଆଦିଲ୍ଲୀ: ଏଣିକି ଟ୍ରାଫିକ ନିୟମ ଭାଙ୍ଗୁଥିବା ପୁଲିସ କର୍ମଚାରୀ ଦୁଇ ଗୁଣ ଜରିମାନା ଦେବେ | ନୂଆଦିଲ୍ଲୀରେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଦିଲ୍ଲୀ ପୁଲିସ କର୍ମଚାରୀଙ୍କୁ ସାଧାରଣ ଜରିମାନାର ଦୁଇଗୁଣ ଦେବାକୁ ପଡିବ। ଅତିରିକ୍ତ ପୁଲିସ କମିଶନର (ଟ୍ରାଫିକ) ଅଜୟ କୃଷ୍ଣ ଶର୍ମା କହିଛନ୍ତି ଯେ ସରକାରୀ ଗାଡି ଚଲାଇବା ସମୟରେ କିମ୍ବା ଡ୍ରାଇଭର ପାଖରେ ବସିଥିବା ସିଟରେ କିଛି ପୁଲିସ ସିଟ୍ ବେଲ୍ଟ ପିନ୍ଧୁନଥିବାର ଦେଖିବାକୁ ମିଳୁଛି । ଆଉ ବାରମ୍ବାର କହିବା ପରେ କିଛି ପୁଲିସ କର୍ମଚାରୀ ଟ୍ରାଫିକ ନିୟମ ମାନୁନଥିବାରୁ କଡା ନିୟମ ଲାଗୁ କରାଯାଇଛି |
ଏହି ନୂଆ ନିୟମ ମୁତାବକ ପୁଲିସ କର୍ମଚାରୀଙ୍କୁ ସଚେତନ କରିବା ଏବଂ ସଂଶୋଧିତ ମୋଟର ଯାନ ଅଧିନିୟମ ବିଷୟରେ ଅବଗତ କରାଇବା ପାଇଁ ଯେଉଁ ପୁଲିସ୍ କର୍ମଚାରୀ ଟ୍ରାଫିକ୍ ନିୟମକୁ ଉଲ୍ଲଂଘନ କରିବେ ସେମାନେ ନିର୍ଦ୍ଧାରିତ ଜରିମାନାର ଦୁଇ ଗୁଣ ଜରିମାନା ଦେବେ |
ଅତିରିକ୍ତ ପୁଲିସ କମିଶନର (ଟ୍ରାଫିକ) କହିଛନ୍ତି ଯେ ଜରିମାନା ଏଡ଼ାଇବା ଏବଂ ବିଭାଗର ଭାବମୂର୍ତ୍ତିକୁ ନଷ୍ଟ ନ କରିବା ପାଇଁ ଟ୍ରାଫିକ ନିୟମକୁ କଡାକଡି ଭାବରେ ପାଳନ କରନ୍ତୁ | ପୁଲିସ ୟୁନିଫର୍ମ ପିନ୍ଧି ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବାର ଦେଖିବାକୁ ମିଳିଲେ ଏମଭି ଆକ୍ଟର ଧାରା ୨୧୦ବି ଅନୁଯାୟୀ ପ୍ରସ୍ତୁତ କରାଯାଇଥିବା ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ad-week
Leave A Reply

Your email address will not be published.