Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଆତଙ୍କବାଦୀର ବାପାଙ୍କ ସହ ଅଖିଳେଶଙ୍କ ଫଟୋ ଦେଖାଇ କଡା ସମାଲୋଚନା କଲା ବିଜେପି
ଲଖନଉ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ଭୋଟ୍ ପାଇଁ କେବଳ ଗୋଟିଏ ଦିନ ବାକି ଅଛି। ଏଭଳି ପରିସ୍ଥିତିରେ ସମସ୍ତ ଦଳ ଏବେ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରୁଛନ୍ତି | ଆଜି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀ କରି ସପା ଅଧ୍ୟକ୍ଷ ଅଖିଳେଶ ଯାଦବ!-->…
ନୀତିଶଙ୍କ ନିକଟକୁ ଫେରିବେ କି ପ୍ରଶାନ୍ତ କିଶୋର !
ପାଟନା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ କାମ କରୁଥିବା ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ)ଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି। ବେଙ୍ଗଲ ବିଧାନସଭା ବେଳେ ପିକେ ବିଜେପି ବିରୋଧରେ ରଣନୀତି ପ୍ରସ୍ତୁତ କରିଥିଲେ। ହେଲେ ଏବେ ମମତାଙ୍କ ସହ ତାଙ୍କ ଭବିଷ୍ୟତକୁ!-->…
ଜଣାଶୁଣା ସାମ୍ବାଦିକ ରବିଶ ତିୱାରୀଙ୍କ ବିୟୋଗ
ନୂଆଦିଲ୍ଲୀ:ଜାତୀୟସ୍ତରରେ ଜଣାଶୁଣା ସାମ୍ବାଦିକ ରବିଶ ତିୱାରୀଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା। କର୍କଟ ସହ ଜୁଝୁଥିବା ରବିଶ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ୨୦୨୦ରୁ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ବହୁ ପ୍ରତିଷ୍ଟିତ ଗଣମାଧ୍ୟମ ସଂସ୍ଥା!-->…
ମହାରାଷ୍ଟ୍ରରେ ଫେରିଲା ବାର୍ଡ଼ ଫ୍ଲୁ ଆତଙ୍କ
ମୁମ୍ବାଇ: ମହାରାଷ୍ଟ୍ରରେ ଫେରିଲା ବାର୍ଡ଼ ଫ୍ଲୁ ଆତଙ୍କ। ମୁମ୍ବାଇର ଥାଣେ ଇଲାକାରା ବାର୍ଡ଼ ଫ୍ଲୁ ଚିହ୍ନଟ ହୋଇଛି। ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି। ଶାହାପୁରରେ ବାର୍ଡ଼ ଫ୍ଲୁ ବ୍ୟାପିଥିବା ବେଳେ ଏକ!-->…
ବ୍ୟାଙ୍କ ଘୋଟାଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କଲେ ବରୁଣ
ନୂଆଦିଲ୍ଲୀ ୧୮।୦୨: ବିଗତ ଅନେକ ସମୟରୁ ନିଜ ସରକାରଙ୍କ ଉପରେ ଶାଣିତ ସ୍ଵରରେ ହମଲା କରି ଚାଲିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ। ଅନେକ ପ୍ରସଙ୍ଗରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ ସେ ଘେରିଛନ୍ତି। ଏବେ ପୁଣି ଥରେ ଚର୍ଚ୍ଚାରେ ବରୁଣ ଗାନ୍ଧୀ। ଶୁକ୍ରବାର ଦେଶରେ ବ୍ୟାପକ ଭାବେ!-->…
ହିଜାବ ଇସଲାମର ଅଂଶ ନୁହେଁ, ୧୯୮୫ରୁ କଲେଜରେ ଚାଲି ଆସିଛି ୟୁନିଫର୍ମ: ହାଇକୋର୍ଟରେ ନିଜର ପକ୍ଷ ରଖିଲେ ସରକାର
ନୂଆଦିଲ୍ଲୀ ୧୮।୦୨: ହିଜାବ ପିନ୍ଧିବା ଇସଲାମ ଧର୍ମର ମାନ୍ୟତା ନୁହେଁ କି ଏହା ଅଂଶ ବିଶେଷ ମଧ୍ୟ ନୁହେଁ। ଏହାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ୍ ଏବଂ କଲେଜରେ ହିଜାବ ଉପରେ ରୋକ୍ ଆଦେଶ ଜାରି କରିଥିଲେ। କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ବିବାଦ ଉପରେ ଜାରି ଶୁଣାଣି ସମୟରେ ରାଜ୍ୟ ସରକାର!-->…
ମମତା ସାଜିଲେ ଦୁର୍ଗା, ମୋଦି ମହିଷାସୁର : ଭାଇରାଲ ହେଉଛି ପୋଷ୍ଟର
ମଦନପୁର: ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଗୋଟିଏ ପୋଷ୍ଟର। ଏହି ପୋଷ୍ଟର୍ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମା’ ଦୁର୍ଗାଙ୍କ ଅବତାରରେ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଜିଛନ୍ତି ମହିଷାସୁର। ଗୋଟିଏ ତ୍ରିଶୁଳରେ ମମତା ଦୁର୍ଗା ରୂପରେ ମହିଷାସୁର!-->…
ନିର୍ବାଚନ ଲଢ଼ୁଛନ୍ତି ୨୫୦ ଥର ଜେଲ ଯାଇ ସାରିଥିବା ନେତା
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସବୁ ରାଜନୀତିକ ଦଳ ଗୁଡ଼ିକ ଜୋରଦାର ପ୍ରଚାର କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆଗକୁ ଆଉ ୫ଟି ପର୍ଯ୍ୟାୟ ଭୋଟ ବାକି ଅଛି। ଏସବୁ ଭିତରେ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇଥିବା ୬୬!-->…
ହିମାଳୟା ଯୋଗୀ’ଙ୍କୁ ଗୁପ୍ତ ତଥ୍ୟ ଦେଇ ଅଡ଼ୁଆରେ ଚିତ୍ରା ରାମକୃଷ୍ଣ
ନୂଆଦିଲ୍ଲୀ: ହିମାଳୟରେ ଅବସ୍ଥାପିତ ତଥାକଥିତ ଜଣେ ଯୋଗୀଙ୍କୁ ସମସ୍ତ ପ୍ରକାରର ଗୁପ୍ତ ତଥ୍ୟ ଦେଉଥିବା ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ମୁଖ୍ୟ ଚିତ୍ରା ରାମକୃଷ୍ଣଙ୍କ ଅଡ଼ୁଆ ବଢ଼ିଛି। ଯୋଗୀଙ୍କୁ ଚିତ୍ରା ଦୀର୍ଘ ବର୍ଷ ହେଲା ଗୁପ୍ତ ତଥ୍ୟ ଦେବା ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ!-->…
ଅହମଦାବାଦ ସିରିଜ୍ ବୋମା ବିସ୍ଫୋରଣ : ୩୮ ଜଣଙ୍କୁ ମିଳିଲା ଫାଶୀଦଣ୍ଡ
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୦୮ ମସିହା ଗୁଜରାଟର ଅହମଦାବାଦ ସିରିଜ୍ ବୋମା ବିସ୍ଫୋରଣରେ ବଡ଼ ରାୟ ଆସିଛି। ଏହି ସିରିଜ୍ ବୋମା ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪୯ ଜଣଙ୍କ ମଧ୍ୟରୁ ୩୮ ଜଣଙ୍କୁ ଆଜି ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି। ସେହିପରି ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ!-->…