ମହାରାଷ୍ଟ୍ରରେ ଫେରିଲା ବାର୍ଡ଼ ଫ୍ଲୁ ଆତଙ୍କ

add-all

ମୁମ୍ବାଇ: ମହାରାଷ୍ଟ୍ରରେ ଫେରିଲା ବାର୍ଡ଼ ଫ୍ଲୁ ଆତଙ୍କ। ମୁମ୍ବାଇର ଥାଣେ ଇଲାକାରା ବାର୍ଡ଼ ଫ୍ଲୁ ଚିହ୍ନଟ ହୋଇଛି। ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି। ଶାହାପୁରରେ ବାର୍ଡ଼ ଫ୍ଲୁ ବ୍ୟାପିଥିବା ବେଳେ ଏକ ପଲ୍ୟୁଟାରୀ ଫାର୍ମରେ ୧୦୦ରୁ ଊର୍ଦ୍ଧ୍ୱ କୁକୁଡ଼ାଙ୍କ ମୃତ୍ୟୁ ଘଟିଛି। ତେବେ ବାର୍ଡ଼ ଫ୍ଲୁ ନେଇ ସାମ୍ପୁଲ ସଂଗ୍ରହ କରାଯାଇ ପୁଣେରେ ଥିବା ଲାବରେ ଯାଞ୍ଚ ପାଇଁ ପଠାଯାଇଥିଲା ।
ତେବେ H5N1 ଇନ୍‌ଫ୍ଲୁଏଞ୍ଜା କାରଣରୁ କୁକୁଡ଼ା ଗୁଡ଼ିକ ମୃତ୍ୟୁମୁଖରେ ପଡ଼ିଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି । ଥାଣେ ଜିଲ୍ଲା ପରିଶଦୀର ସିଇଓ ଡ.ବାଷୁ ଦେବ ଏହି ସୂଚନା ଦେଇଛନ୍ତି। ଶାହାପୁର ଗାଁ ଲୋକେ କୁକୁଡ଼ା ଚାଷକୁ ପ୍ରାଧାନ୍ୟ ଦେଇ ବ୍ୟବସାୟ କରିଥାନ୍ତି। ଉକ୍ତ ଗାଁର ଏକ କିଲୋମିଟର ଦୂରତା ବ୍ୟବଧାନରେ ସବୁ ବ୍ରଏଲର କୁକୁଡ଼ାକୁ ମାରିବାକୁ ସ୍ଥାନୀୟ ପ୍ରଶାସନ ନିର୍ଦ୍ଦେଶ ଦେଇଛି।
ଥାଣେ ଜିଲ୍ଲାପାଳ ରାଜେଶ ନର୍ଭେକର ୨୫,୦୦୦ ବ୍ରଏଲର କୁକୁଡ଼ାକୁ ମାରିବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଥାଣେ ଜିଲ୍ଲାରେ ଶାହାପୁର ବ୍ୟତୀତ ଅନ୍ୟ କେଉଁଠି ବାର୍ଡ଼ ଫ୍ଲ ସଂକ୍ରାନ୍ତୀୟ ରିପୋର୍ଟ ଆସି ନାହିଁ ବୋଲି ଜିଲ୍ଲା ପ୍ରଶାସନ କହିଛି। ଏଥିପାଇଁ ଆତଙ୍କିତ ନହେବାକୁ ଜିଲ୍ଲାପାଳ ଆଶ୍ୱସନା ଦେଇଛନ୍ତି।

ad-week
Leave A Reply

Your email address will not be published.