Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଅଖିଲେଶଙ୍କ ପରେ ଦିଲ୍ଲୀ ନିର୍ବାଚନରେ AAPକୁ ସମର୍ଥନ ଘୋଷଣା କଲେ ମମତା
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ ପକ୍ଷରୁ କଂଗ୍ରେସକୁ ଲାଗିଛି ଆଉ ଏକ ଝଟକା। ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ପରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଫେବୃଆରୀ ୫ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟିକୁ ଏହାର ସମର୍ଥନ ଘୋଷଣା କରିଛି।!-->…
ପ୍ରତ୍ୟର୍ପଣ ଦାବି ଭିତରେ ଶେଖ ହସିନାଙ୍କ ଭିସା ଅବଧି ବଢ଼ାଇଲା ଭାରତ
ବିକ୍ଷୋଭ ଭୟରେ ଦେଶ ଛାଡ଼ି ଭାରତରେ ଆଶ୍ରୟ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭିସା ଅବଧି ବୃଦ୍ଧି କରାଯାଇଛି। ଅଗଷ୍ଟ ମାସରୁ ଭାରତରେ ଆଶ୍ରୟ ନେଇଥିବା ହସିନାଙ୍କୁ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶର ଅନ୍ତରୀଣ ସରକାର ନୂଆଦିଲ୍ଲୀକୁ କହି ଆସୁଛନ୍ତି। ଏପରି ସ୍ଥିତିରେ!-->…
ବାଲେଶ୍ୱର ଧୂର୍ତ୍ତକୁ ବାନ୍ଧିଲା ଲକ୍ଷ୍ନୌ ପୁଲିସ: ନିଜକୁ ଆର୍ମି କ୍ୟାପ୍ଟେନ କହୁଥିଲା, ମହିଳାଙ୍କୁ ଲୁଟୁଥିଲା
ଉତ୍ତର ପ୍ରଦେଶର ଲକ୍ଷ୍ନୌ ପୁଲିସ୍ ଜଣେ ୪୦ ବର୍ଷୀୟ ଧୂର୍ତ୍ତକୁ ଗିରଫ କରିଛି। ବ୍ୟକ୍ତି ଜଣକ ନିଜକୁ ଭାରତୀୟ ସେନାର ଜଣେ କ୍ୟାପ୍ଟେନ ଭାବେ ପରିଚୟ ଦେଇ ମହିଳାମାନଙ୍କୁ ନିଜ ଜାଲରେ ଫସାଉଥିଲା। ସେମାନଙ୍କ ସହ ସମ୍ପର୍କ ରଖିବା ପରେ ଟଙ୍କା ନେଇ ଫେରାର ହୋଇଯାଉଥିଲା। ଏପରି ଭାବେ ସେ!-->…
ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ
ଭି ନାରାୟଣନ ହେବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ନୂଆ ଅଧ୍ୟକ୍ଷ। ଇସ୍ରୋ ଅଧ୍ୟକ୍ଷ ତଥା ଅନ୍ତରୀକ୍ଷ ବିଭାଗ ସଚିବ ଭାବେ ତାଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି। ଆସନ୍ତା ୧୪ ତାରିଖରେ ସେ ଇସ୍ରୋର ବର୍ତ୍ତମାନ ଅଧ୍ୟକ୍ଷ ଏସ୍. ସୋମନାଥଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ।
!-->!-->!-->…
ମୋଦୀଙ୍କୁ ଧନ୍ୟବାଦ ଦେଲେ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା
ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏକ ଫଟୋ ସେୟାର କରି ସେ ପିଏମ ମୋଦୀଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ ବାବା!-->…
ମୋତେ ଆଉଥରେ ମୁଖ୍ୟମନ୍ତ୍ରୀ ନିବାସରୁ ବାହାର କରାଯାଇଛି : ଅତିଶୀ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ମାର୍ଲେନା ଦାବି କରିଛନ୍ତି ଯେ କେନ୍ଦ୍ରର ବିଜେପି ସରକାର ତାଙ୍କୁ ଆବଣ୍ଟିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଆବଣ୍ଟନକୁ ବାତିଲ କରିଛନ୍ତି। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀର ସେ କହିଛନ୍ତି ଯେ “ଆମ ଘର ଛଡ଼ାଇ ନିଆଯାଉଛି। ନିର୍ବାଚନ ଘୋଷଣାର!-->…
ନାତିକୁ ନେବା ପାଇଁ ଚାହୁଁଥିଲେ ଅତୁଲଙ୍କ ମା’, ଚର୍ଚ୍ଚାରେ କୋର୍ଟଙ୍କ ‘ଅପରିଚିତ’ ବୟାନ
ପତ୍ନୀଙ୍କ ନିର୍ଯାତନା ସହି ନ ପାରି ଜୀବନ ହାରିଥିବା ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ୪ ବର୍ଷର ପୁଅ ଏବେ କେଉଁଠି, ତା’ର ତଥ୍ୟ ମିଳିଛି। ଅତୁଲଙ୍କ ପତ୍ନୀ ନିକିତା ସିଙ୍ଘାନିଆ ନିଜର ଓକିଲଙ୍କ ମାଧ୍ୟମରେ ସୁପ୍ରିମକୋର୍ଟଙ୍କୁ ୪ ବର୍ଷର ପୁଅର ଠିକଣା ସମ୍ପର୍କରେ ଅବଗତ କରାଇଛନ୍ତି।
!-->!-->!-->…
ଅମିତ ଶାହଙ୍କୁ ‘ନିର୍ବାଚନୀ ମୁସଲମାନ’ କହି ଫଟୋ ପୋଷ୍ଟ କଲା ଆପ୍
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ବାଜିଛି ବିଗୁଲ। ଫେବୃଆରୀ ୫ରେ ଭୋଟଗ୍ରହଣ ଓ ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଅନ୍ୟପଟେ ଦିଲ୍ଲୀରେ ଶାସକ ଆମ୍ ଆଦମୀ ପାର୍ଟି ଓ ବିରୋଧୀ ବିଜେପି ମଧ୍ୟରେ ପୋଷ୍ଟର ୱାର୍ ଜାରି ରହିଛି। ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ!-->…
ପ୍ରଶାନ୍ତ କିଶୋର ମେଦାନ୍ତ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି
ଜନ ସୁରଜ ପାର୍ଟିର ପ୍ରତିଷ୍ଠାତା ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି। ଏଥିପାଇଁ ଆଜି ତାଙ୍କୁ ପାଟନାରେ ଥିବା ମେଦାନ୍ତ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ବନିଥିବା ପିକେ ଡିହାଇଡ୍ରେସନ ଓ!-->…
EVMରେ ନାହିଁ କୌଣସି ତ୍ରୁଟି, ପେପର ବାଲଟ ଭୋଟିଂକୁ ECIଙ୍କ ନା
ବିଭିନ୍ନ ନିର୍ବାଚନରେ ଇଭିଏମରେ ହେରଫେର କରାଯାଉଥିବା ଅଭିଯୋଗକୁ ଆଜି ପୁଣିଥରେ ଭାରତୀୟ ନିର୍ବାଚନ କମିଶନ ଅଗ୍ରାହ୍ୟ କରିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବା ବେଳେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଇଭିଏମଗୁଡ଼ିକ ବାରମ୍ବାର ନ୍ୟାୟପାଳିକା!-->…