ପୁଲିସକୁ ଚାପୁଡ଼ା ମାରି ବନ୍ଧା ହେଲେ ମନ୍ତ୍ରୀଙ୍କ ଭାଇ

add-all

ମନ୍ଦିରରେ ମୁତୟନ ପୁଲିସ କର୍ମଚାରୀଙ୍କୁ ଚାପୁଡ଼ା ମାରି ଗିରଫ ହୋଇଛନ୍ତି ଜଣେ ମନ୍ତ୍ରୀଙ୍କ ଭାଇ। ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶରେ। ଗିରଫ ଅଭିଯୁକ୍ତ ହେଲେ ରାଜ୍ୟର ରାସ୍ତା ଏବଂ ଗୃହନିର୍ମାଣ ବିଭାଗ ମନ୍ତ୍ରୀ ବି.ସି. ଜନାର୍ଦ୍ଦନଙ୍କ ଭାଇ ମଦନ ଭୂପାଳ ରେଡ୍ଡୀ।

ସୂଚନା ଅନୁସାରେ, ଆନ୍ଧ୍ରର ନନ୍ଦୟାଲ ଜିଲା କୋଲିମିଗୁଣ୍ଡଲାରେ ଲକ୍ଷ୍ମୀ-ନରସିହ୍ମା ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମରେ ଦେବୋତ୍ତର ବିଭାଗ ମନ୍ତ୍ରୀ ଅନାମ ରାମନାରାୟଣ ରେଡ୍ଡୀ ଏବଂ ଗୃହନିର୍ମାଣ ମନ୍ତ୍ରୀ ଜନାର୍ଦ୍ଦନ ଯୋଗଦେଇଥିଲେ। ମନ୍ଦିରରେ ମନ୍ତ୍ରୀ ଉପସ୍ଥିତ ଥିବାରୁ ଫାଟକ ନିକଟରେ ପୁଲିସ ଜନସାଧାରଣଙ୍କୁ ଭିତରକୁ ଯିବାକୁ ବାରଣ କରିଥିଲା। ସେମାନଙ୍କ ମଧ୍ୟରେ ଜନାର୍ଦ୍ଦନଙ୍କ ଭାଇ ଭୂପାଳ ମଧ୍ୟ ଥିଲେ। ଭୂପାଳ ଭିତରକୁ ଯିବାକୁ ଉଦ୍ୟମ କରିବା ସମୟରେ ଜଣେ ପୁଲିସ କର୍ମଚାରୀ ତାଙ୍କୁ ଅଟକାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ମନ୍ତ୍ରୀଙ୍କ ଭାଇ ଭୂପାଳ ଉକ୍ତ ପୁଲିସ କର୍ମଚାରୀଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରିଥିଲେ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ଜନସାଧାରଣ ମନ୍ତ୍ରୀଙ୍କ ଭାଇଙ୍କୁ ଗିରଫ ଦାବି କରିଥିଲେ। ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା।

ad-week
Leave A Reply

Your email address will not be published.