
ଯାଜପୁର ରୋଡ଼ : ଭିଜିଲାନ୍ସ ଜାଲରେ ଏବେ ଆଉ ଜଣେ ସରକାରୀ ବାବୁ । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ରାଜସ୍ବ ସହାୟକ କିରାଣୀ ହେମନ୍ତ କୁମାର ପେରେଇ ୫୦୦୦ ଟଙ୍କା ଲାଞ୍ଜ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍। ସୂଚନା ମୁତାବକ କୋରେଇ ଥାନା ବରୁଣ୍ଡେଇ ଅଞ୍ଚଳର ଲକ୍ଷ୍ମୀଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ କିରାଣୀ ଶ୍ରୀ ପେରେଇ ।
ବ୍ୟକ୍ତିଗତ ଜମିର ସୀମା ନିର୍ଧାରଣ ପାଇଁ ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଦଉଡ଼ି ଦଉଡ଼ି ନୟାନ୍ତ ହୋଇଥିଲେ। ତେବେ କାର୍ଯ୍ୟ କରାଇ ଦେବାକୁ କହି କିରାଣୀ ଶ୍ରୀ ପେରେଇ ଲକ୍ଷ୍ମୀଧରଙ୍କୁ 25ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି ଯେତେ କାକୁତି ମିନତି କରିଥିଲେ ବି ସଂପୃକ୍ତ କିରାଣୀ କିଛି ଶୁଣିନଥିଲେ। ଶେଷରେ ସବୁ ପ୍ରକାର ନିରାଶ ହୋଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ଲକ୍ଷ୍ମୀଧର। ପୂର୍ବ ଯୋଜନା ମୁତାବକ ଆଜି କାର୍ଯ୍ୟାଳୟରେ ସେ 5ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଟିମର ଅଧିକାରୀ ଓ କର୍ମଚାରୀ ମାନେ ତାଙ୍କୁ ମାଡ଼ି ବସିଥିଲେ।