‘ପଦରୁ ହଟାନ୍ତୁ’: ଓଟିଇଟି ପ୍ରଶ୍ନପତ୍ର ଲିକ୍ ନେଇ ବୋର୍ଡ ଉପସଭାପତିଙ୍କ ଉପରେ ପ୍ରଶ୍ନ ଉଠାଇଲେ ବିଜୟ

youtube

ଭୁବନେଶ୍ବର: ଏବେ ରାଜ୍ୟରେ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ନେଇ ଉତ୍ତେଜନା ଜାରି ରହିଥିବା ବେଳେ ଏଥିରେ ଉପସଭାପତିଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଏନେଇ ବିଜୟ କହିଛନ୍ତି, ହାତ ଲେଖା ପ୍ରଶ୍ନପତ୍ର ଲାପଟପରୁ ବାହାରିଲା ବୋଲି କୁହାଯାଉଛି, ପ୍ରଶ୍ନ ଉଠୁଛି ବୋର୍ଡ ଉପସଭାପତି ଲାପଟପରେ ଏଭଳି ପ୍ରଶ୍ନପତ୍ର ରୁହେ କି? ଲିକ କରିଥିବା ବ୍ୟକ୍ତିଙ୍କୁ ପାସୱାର୍ଡ ଦେଲା କିଏ? ପୂର୍ବରୁ ବୋର୍ଡ ଉପସଭାପତି ଙ୍କୁ ଅପସରଣ କରିବା ପାଇଁ ବହୁବାର ଅଭିଯୋଗ ହୋଇଛି, କିନ୍ତୁ ସରକାର ଜଣେ ବ୍ୟକ୍ତିକୁ କାହିଁକି ଏତେ ବର୍ଷ ଧରି ଗୋଟିଏ ପଦବୀରେ ରଖିଥିଲେ? ଚାରୁ ମାଇଣ୍ଡ ୱାର୍କସ ନାମକ ଏକ ରାଜସ୍ଥାନର ଘରୋଇ ସଂସ୍ଥା ପରୀକ୍ଷା ସହ ସଂଶ୍ଲିଷ୍ଟ ଅଛି । ଯେଉଁ ସଂସ୍ଥା ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ଝିଅ ଓ ଜ୍ୱାଇଁଙ୍କର ବୋଲି ଚର୍ଚ୍ଚା ହେଉଛି । ଏ ଦିଗରେ ସରକାର ନିରପେକ୍ଷ ତଦନ୍ତ କରନ୍ତୁ । ବୋର୍ଡ ଉପସଭାପତିଙ୍କ ସମ୍ପୃକ୍ତି ନେଇ ତଦନ୍ତ ହେଉ । ତାଙ୍କୁ ସେ ପଦରୁ ଅପସାରଣ କରାଯାଉ କହି କ୍ରାଇମବ୍ରାଞ୍ଚ ସହ ପ୍ରଶାସନିକ ତଦନ୍ତ ପାଇଁ ଦାବି କରିଛନ୍ତି ବିଜୟ ।

ଅନ୍ୟପଟେ, ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଆଉ ୨ ଜଣଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ । ଗିରଫଦାରୀ ସଂଖ୍ୟା ୮ରେ ପହଞ୍ଚିଛି । ଗିରଫ ଦୁଇଜଣ କୋରାପୁଟ ଓ କଳାହାଣ୍ଡିର ଶିକ୍ଷକ ବୋଲି ଜଣାପଡିଛି । ଏହି ଘଟଣାରେ ଶିକ୍ଷକଙ୍କ ସଂପୃକ୍ତି ରହିଛି । ପ୍ରେସମିଟରେ କ୍ରାଇମବ୍ରାଞ୍ଚ ଡିଆଇଜି ବି. ଗଙ୍ଗାଧରଙ୍କ ସୂଚନା । କାହିଁକି ପ୍ରଶ୍ନପତ୍ର ଲିକ୍‌ ହେଲା, ତା’ର ତଦନ୍ତ ଚାଲିଛି । ବୋର୍ଡ ଅଫିସ୍ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି ।

ଅପରପକ୍ଷେ ୮ ଗିରଫ ପରେ ଆଉ କିଏ ରହିଛନ୍ତି, ତଦନ୍ତ ଜାରି ରହିଛି । ଲାପଟପ୍ ପାସଓ୍ୱାର୍ଡ କେମିତି ମିଳିଲା ତଦନ୍ତ ଚାଲିଛି । କାହା କାହା ପାଖକୁ ପ୍ରଶ୍ନପତ୍ର ଯାଇଛି, ଲିଙ୍କ୍ ଖୋଜା ଚାଲିଛି । ସମସ୍ତଙ୍କୁ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ଡାଟା ଏଣ୍ଟ୍ରି ଅପରେଟର କିଙ୍ଗପିନ ହୋଇଥିବା ବେଳେ ଘଟଣାରେ ଗତ ୩୦ ତାରିଖରେ ୬ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

ଗିରଫଦାରୀ ମଧ୍ୟରେ ଶିକ୍ଷକ ଓ ପେଷାଦାର ଭାଇରଲକାରୀ ମଧ୍ୟ ଥିଲେ । ପୂର୍ବରୁ ଗିରଫ ହୋଇଛନ୍ତି ଜିତନ ମହାରଣା, ବିଜୟ କୁମାର ମିଶ୍ର, ସନାତନ ବିଶୋଇ, ରାମଜୀ ପ୍ରସାଦ ଗୁପ୍ତା, ଅଜୟ କୁମାର ସାହୁ ଓ ଜୟନ୍ତ କୁମାର ରାଉତ । ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣା ହିଁ ପ୍ରଶ୍ନ ପତ୍ର ଭାଇରାଲ କରିଥିଲେ। ଏଥିରେ ମନିଟ୍ରେଲ ମଧ୍ୟ ହୋଇଛି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି । ଜିତନ ମହାରଣା ପତ୍ନୀଙ୍କ ଆକାଉଣ୍ଟକୁ ଆସିଥିଲା ୨ ଲକ୍ଷ ୫୦ ହଜାର ଟଙ୍କା । ଏପରିକି ପର୍ଯ୍ୟାପ୍ତ ପରିମାଣର କ୍ୟାସ କାରବାର ହୋଇଥିବା ନେଇ କ୍ରାଇମବ୍ରାଞ୍ଚ ଅନୁମାନ କରୁଛି ବୋଲି କ୍ରାଇମବ୍ରାଞ୍ଚ ଡିଜି ସୂଚନା ଦେଇଥିଲେ।

ରାଜ୍ୟ ବ୍ୟାପି ଏହି ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା ଏବଂ ବୋର୍ଡ ଅଫିସର ଉପସଭାପତି ନିହାର ମହାନ୍ତିଙ୍କ ଲ୍ୟାପଟପରୁ ଏହି ପ୍ରଶ୍ନପତ୍ର ଚୋରି ହୋଇଥିଲା ବୋଲି କ୍ରାଇମବ୍ରାଞ୍ଚ ଡିଜି ସୂଚନା ଦେଇଥିଲେ। ଗତ ୨୦ତାରିଖରେ ସ୍ପେଶାଲ ଓଟିଇଟି ପରୀକ୍ଷା ହେବାର ଥିଲା। ଏହାପୂର୍ବରୁ ଗତ ୧୯ ତାରିଖ ରାତିରେ ଭାଇରାଲ ହୋଇଥିଲା ପ୍ରଶ୍ନପତ୍ର। ଫଳରେ ପରୀକ୍ଷାକୁ ବାତିଲ କରାଯାଇଥିଲା। ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମବ୍ରାଞ୍ଚ ନିକଟରେ ବୋର୍ଡର ପ୍ରଶାସନିକ ଅଧିକାରୀ ବୁଲବୁଲ ବେହେରା ଅଭିଯୋଗ କରିଥିଲେ।

Leave A Reply

Your email address will not be published.