
ସେପ୍ଟେମ୍ବର ୯ତାରିଖରେ ହେବ ଉପରାଷ୍ଟ୍ରପତି ନିର୍ବାଚନ । ଏନେଇ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଏନେଇ ଅଗଷ୍ଟ ୭ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅଗଷ୍ଟ ୨୧ ପର୍ଯ୍ୟନ୍ତ ନାମାକଙ୍କନ ଦାଖଲ କରି ପାରିବେ । ଏହାପରେ ୨୨ରେ ଯାଞ୍ଚ ହେବ । ଅଗଷ୍ଟ ୨୫ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ସେପ୍ଟେମ୍ବର ୯ତାରିଖ ଦିନ ସକାଳ ୧୦ଟାରୁ ସନ୍ଧ୍ୟା ୫ଟାରୁ ଭୋଟ୍ ଗ୍ରହଣ କରାଯିବ । ଉପରାଷ୍ଟ୍ରପତି ପଦରୁ ଜଗଦୀପ୍ ଧନଖଡ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡିଛି ।
ଉପରାଷ୍ଟ୍ରପତି ହେବା ପାଇଁ ଆବଶ୍ୟକୀୟ ଯୋଗ୍ୟତା:
ଭାରତର ନାଗରିକ ହେବା ବାଧ୍ୟତାମୂଳକ
ବୟସ ୩୫ବର୍ଷରୁ ଅଧିକ ହୋଇଥିବ
ରାଜ୍ୟସଭାର ସଦସ୍ୟ ହେବା ପାଇଁ ଯୋଗ୍ୟତା ଥିବ
ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ପଦବୀରେ ରହିନଥିବେ ।