ସୁନାକ୍ରୟ ବେଳେ ଠକାମୀର ଶିକାର ହେଉଛନ୍ତିଗ୍ରାହକ, କ୍ରୟ ବେଳେ କ୍ୱାଲିଟିର ଯାଞ୍ଜ କରାଯାଉନି ବିକ୍ରି ବେଳେ କାହିଁକି….?

youtube

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ସୁନା ବ୍ୟବସାୟ ହେଉଛି। ଜିଲ୍ଲାର କୋଣ ଅନୁକୋଣ ରେ ମାଳ ମାଳ ସୁନା ଦୋକାନ କେତେକ ବ୍ୟବସାୟ ପ୍ରତିଷ୍ଠାନ ବିନା ପଞ୍ଜିକୃତ ରେ ଚାଲିଛି। ସୁନା ବ୍ୟବସାୟ ଏକ ଅତି ଲାଭ ଜନକ ବ୍ୟବସାୟ ସୁନା କ୍ରୟ ଓ ବିକ୍ରି କରିଲେ ବ୍ୟବସାୟୀ କୁ ଭଲ ଲାଭ ହୁଏ ଏଥି ଯୋଗୁଁ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଏହି ବ୍ୟବସାୟ ଏବେ ବହୁଳ ଭାବେ ଚାଲିଛି। ବ୍ରହ୍ମପୁର ଓ ଆସିକା ଅଞ୍ଚଳ ରୁ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ଅନ୍ୟ ଅଞ୍ଚଳ ର ବ୍ୟବସାୟ ମାନେ କ୍ରୟ କରିବାକୁ ଆସନ୍ତି। ଏହିସବୁ ବ୍ୟବସାୟ ବିନା ଭ୍ୟାଟ ପଞ୍ଜିକୃତ ରେ ଚାଲିଥିବା ବେଳେ ଆଇଟି- ଇଡ଼ି – ସ୍ୟାଲଟେକ୍ସ ବିଭାଗର ମଧୁ ଚନ୍ଦ୍ରିକା ଯୋଗୁଁ ସରକାର ଙ୍କ ମାସିକ ଲକ୍ଷାଧିକ ଟଙ୍କା ର ରାଜସ୍ୱ କ୍ଷତି ହେଉଛି,ବୋଲି ବିଭିନ୍ନ ମୋହଲ ରେ ଚର୍ଚ୍ଚା ହେଉଛି। ସରକାର ଙ୍କ ନିୟମ ପ୍ରକାରେ କେବଳ ହାଲମାର୍କ ଥିବା ସୁନା ବିକ୍ରୟ ପାଇଁ ନିର୍ଦ୍ଧେଶ ଥିବା ବେଳେ ଏବେବି ଅଧିକାଂଶ ସୁନା ଦୋକାନି ମାନେ ସେହି ପୁରୁଣା ଢାଞ୍ଚା ରେ ୨୨ କ୍ୟାରେଟ ସୁନା ଅଳଙ୍କାର ବିନା ରସିଦ ରେ ବିକ୍ରି କରୁଛନ୍ତି। ସରକାର ଙ୍କ ସମସ୍ତ ନୀତି ନିୟମ କୁ ଖୋଲା ଖୋଲି ଉଲଘଂନ କରି ଏହି ବ୍ୟବସାୟ କରୁଥିଲେ ମଧ୍ୟ ଆଇଟି,ଇଡ଼ି ସ୍ୟାଲଟେକ୍ସ ବିଭାଗ ପକ୍ଷରୁ ଦୀର୍ଘ ବର୍ଷ ହେଲା ବିନା ପଞ୍ଜିକୃତ ରେ ଚାଲିଥିବା ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ ହେଇନାହିଁ।

ସାଧରଣ ଲୋକ ସୁନା କ୍ରୟ କିମ୍ବା ବିକ୍ରି କରିଲେ ସବୁବେଳେ କ୍ଷତି ସହିବାକୁ ପଡ଼େ କାରଣ ୨୨କ୍ୟାରେଟ ରେ ସୁନା କ୍ରୟ ବେଳେ ସାଧାକାଗଜ ରେ ଦୋକାନି ସୁନାର ମାନ ସମ୍ପର୍କରେ ଲେଖିକରି ଦିଏ। ଯେତେବେଳେ ଅସୁବିଧା ସମୟରେ ସୁନା ବିକ୍ରି କରିବା କୁ ବିଚାରା ସାଧରଣ ଲୋକ ଦୋକାନୀ ପାଖକୁ ଯାଏ ଦୋକାନି ଅତି ଚତୁର ଭାବେ କୁହେ ସୁନା ସରି ଯାଇଛି, ଓଜନ ମଧ୍ୟ କମିଯାଇଛି ବୋଲି କୁହେ। ୨୨କ୍ୟାରେଟ ରେ ବିକ୍ରି କରିଥିବା ସୁନା କୁ ୧୮ କ୍ୟାରେଟ ରେ କ୍ରୟ କରେ ଅସୁବିଧା ରେ ପଡ଼ି ବିକ୍ରି କରିବାକୁ ଯାଇଥିବା ଲୋକ ଭାଗ୍ୟକୁ ଆଦରି ସୁନା ବିକ୍ରି କରି ଚୁପ ଚାପ ଚାଲିଆସେ। ଆସିକା ର କେତେକ ବ୍ୟବସାୟୀ ନିଜ ନିଜର ଘରେ ରୂପା ଅଳଙ୍କାର ସାମଗ୍ରୀ ବିନା ପଞ୍ଜିକୃତ ରେ ହୋଲସେଲ ଦରରେ ବିକ୍ରି କରୁଥିବା ମଧ୍ୟ ଅଭିଯୋଗ ହେଉଛି। କେତେକ ବ୍ୟବସାୟୀ ନିଜର ବିଭିନ୍ନ ଗୁପ୍ତ ଆଡ୍ଡା ରେ ସୁନା ବିସ୍କୁଟ କାରବାର ସୁରୁ ଖୁରୁରେ କରୁଥିବା ଚାର୍ଚ୍ଚା ହେଉଛି। ଗ୍ରାହକ ସୁନା କ୍ରୟ ବେଳେ କେତେ ପ୍ରତିଶତ କ୍ୱାଲିଟି ଅଛି ଯାଞ୍ଜ କରାଯାଇ ଦିଆଯାଏ ନାହିଁ। ବିକ୍ରି କିମ୍ବା ବଦଳେଇବା ସମୟରେ ୨୪ କ୍ୟାରେଟ ଅଛି ନାହିଁ ଯାଞ୍ଜ କରି ଅଧିକାଂଶ ଦୋକାନୀ ନିଅନ୍ତି।

Leave A Reply

Your email address will not be published.