
ଭୁବନେଶ୍ବର : ଭୁବନେଶ୍ବରର ଲୋୟର ପିଏମଜିରେ ଗର୍ଜିଲେ ମିଶନ ଶକ୍ତି ସଦସ୍ୟା । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ କ୍ଲଷ୍ଟର ରିସୋର୍ସ ପର୍ସନ ଫର କମ୍ୟୁନିଟି ମୋବିଲାଇଜେନସ ବା ସିଆରପି-ସିଏମ୍ ପକ୍ଷରୁ ବିକ୍ଷୋଭ। ପାଞ୍ଚ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଅଲ ଓଡ଼ିଶା ସିଆରପି-ସିଏମ ସଂଘ । ଏଥିରେ ଶହ ଶହ ମହିଳା କର୍ମଚାରୀ ସାମିଲ ହୋଇଛନ୍ତି । ସିଆରପି-ସିଏମଙ୍କ ଇନସେନଟିଭ ବନ୍ଦ କରାଯାଇ ମାସିକ ବେତନ ଦଶ ହଜାର ଟଙ୍କା କରାଯାଉ ।
ଏଥିସହ VRF କାମ ବାବଦକୁ ପାରିଶ୍ରମିକ ୫ ହଜାରଓ TA/ DA ବାବଦକୁ ୩ ହଜାର ଟଙ୍କା ମିଶି ମାସକୁ ମୋଟ୍ ୧୮ ହଜାର ଟଙ୍କା ଦେବାକୁ ଦାବି କରିଛି ସଂଘ । ଅନଲାଇନ କାମ ପାଇଁ ସିଆରପି-ସିଏମଙ୍କୁ ଟାବଲେଟ୍ ଯୋଗାଇ ଦିଆଯାଉ । ସିଆରପି-ସିଏମଙ୍କୁ ପରିଚୟପତ୍ର ପ୍ରଦାନ ସହ ବେତନ ଆକାଉଣ୍ଟ ଜରିଆରେ ଦେବାକୁ ସଂଘ ଦାବି ରଖିଛି । ସେହିପରି ମାସିକ ଦୁଇଟି ଏସଏଚଜି ବୈଠକ ପାଇଁ ଦାବିରେ ବିଶାଳ ପ୍ରତିବାଦ କରାଯାଇଛି ।