ନୂତନ ଜିଲ୍ଲାପାଳଙ୍କୁ ସ୍ୱଗତ ଜଣାଇଲା ଉତ୍କଳ ସାମ୍ବାଦିକ ସଙ୍ଘ

add-all

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘରର ସଭାପତି ଅଶୋକ ମିଶ୍ରଙ୍କ ନେତୃତ୍ୱର ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ର କର୍ମକର୍ତ୍ତା ଓ ସଦସ୍ୟ ମାନେ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଥିବା ଶ୍ରୀ ସୋମେଶ ଉପାଧ୍ୟାୟଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟଙ୍କୁ ଉତ୍ତରୀୟ ଓ ଫୁଲ ତୋଡା ଦେଇ ସଙ୍ଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଜିଲ୍ଲା ବିକାଶ ନିମନ୍ତେ ସାମ୍ବାଦିକ ମାନଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଜିଲ୍ଲାରେ ବିମାନ ସେବା, ରେଳପଥ କାର୍ଯ୍ୟ ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶେଷଜ୍ଞ ଡାକ୍ତର, କାଡିଓଲୋଜିଷ୍ଟ, ଏନେସ୍ତେସିଆ ଙ୍କ ଅଭାବ କୁ ନେଇ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ତେବେ ଜିଲ୍ଲାପାଳ ନିଶ୍ଚିତ ରୂପେ ଏହି ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି। ଏହି ଅବସର ରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ସାମ୍ପଦକ ବି ଶ୍ରୀନିବାସ ପାତ୍ର, ବରିଷ୍ଠ ଉପଦେଷ୍ଟା ରତ୍ନାକର ଦାସ, ବ୍ଲକ ସଭାପତି ଗୌରି ଶଙ୍କର ପଣ୍ଡା, ସଦସ୍ୟ ମନୋଜ ସାହା, ରାହୁଲ ଗୋଲରୀ, ଏମ ଚନ୍ଦ୍ର ରାଓ, ମୃଣାଲ ମଣ୍ଡଳ, ରାଜେଶ ବେପାରୀ, ଅବିନାଶ ବେହେରା, ପଙ୍କଜ ଖରା ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.