Browsing Category

ଦେଶ

ଖାଇକୁ ଖସିଲା ଘରୋଇ ବସ୍, ୭ ମୃତ

ହିମାଚଳ ପ୍ରଦେଶ: ଆଜି ସକାଳେ ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାର ତୀସା-ବୈରଗଡ଼ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଚାଲୁଜ ମୋଡ଼ ନିକଟରେ ବସଟି ଓଲଟି ପଡ଼ି ଖାଇକୁ ଖସି ପଡ଼ିବାରୁ

ମାତ୍ର ୩ରୁ ୪ ଘଣ୍ଟାରେ ମିଳିବ ଏଲପିଜି ସିଲିଣ୍ଡର, ‘ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍ ନାଉ’ ସେବା ଲଞ୍ଚ କଲା ଇଣ୍ଡିଆନ ଅଏଲ

ନୂଆଦିଲ୍ଲୀ: ରୋଷେଇ ପାଇଁ ଏଲପିଜି ଗ୍ୟାସ ସିଲିଣ୍ଡର ବୁକ୍ କରିବା ପରେ ଆଉ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଗ୍ରାହକମାନଙ୍କୁ ଅଧିକ ସୁବିଧା ଏବଂ ଦ୍ରୁତ ସେବା ଯୋଗାଇଦେବା ପାଇଁ ଇଣ୍ଡିଆନ ଅଏଲ୍ ପକ୍ଷରୁ ଏକ ନୂଆ ଏବଂ ଆଧୁନିକ ସେବା ଆରମ୍ଭ କରାଯାଇଛି। କମ୍ପାନି

ରୁଷ ତେଲକୁ ନେଇ ଭାରତର ନୂଆ ଟେନସନ୍, ଆମେରିକା ସିନେଟ୍‌ରେ ବିଲ୍ ପାସ୍

ନୂଆଦିଲ୍ଲୀ: ରୁଷ ତେଲକୁ ନେଇ ଭାରତର ନୂଆ ଟେନସନ। US ସିନେଟ୍ ରେ ପାସ୍ ରୁଷ ପ୍ରତିବନ୍ଧକ ବିଲ। ରୁଷ ତେଲ କିଣୁଥିବା ଦେଶ ଉପରେ ଆମେରିକାର ନଜର। ଭାରତ-ଚୀନକୁ ପ୍ରଭାବିତ କରିପାରେ ନୂଆ ପ୍ରତିବନ୍ଧକ ବିଲ। ରୁଷ ଉପରେ ଆର୍ଥିକ ଚାପ ବଢ଼ାଇବା ଲକ୍ଷ୍ୟରେ ଆମେରିକା ସିନେଟ୍ ଏକ କଠୋର

ହନି ଟ୍ରାପ୍‌ରେ IAF ୱିଙ୍ଗ କମାଣ୍ଡର୍, ପାକିସ୍ତାନକୁ ଗୋପନୀୟ ସୂଚନା ଦେଇ ବନ୍ଧା ହେଲେ

ନୂଆଦିଲ୍ଲୀ: ହନି ଟ୍ରାପ୍‌ରେ ପଡି ଫଶିଗଲେ IAF ୱିଙ୍ଗ କମାଣ୍ଡର୍। ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଭାରତୀୟ ବାୟୁସେନାର ଜଣେ ୱିଙ୍ଗ କମାଣ୍ଡରଙ୍କୁ ପ୍ରତିରକ୍ଷା କାଗଜପତ୍ର ଲିକ୍ କରିବା ଅଭିଯୋଗରେ ଗିରଫ କରିଛି। ଜାତୀୟ ପ୍ରତିରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ସୂଚନା ଲିକ୍ କରିଥିବା

ଚୀନକୁ ଭାରତର କଡ଼ା ଜବାବ; ମାନଚିତ୍ରରେ ସାମିଲ ହେଲା ଅରୁଣାଚଳ ପ୍ରଦେଶର ୨୭ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନର ନାମ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳ ଓ ସ୍ଥାନଗୁଡ଼ିକର ନାମ ବାରମ୍ବାର ବଦଳାଇବାକୁ ଚୀନ୍‌ କରିଆସୁଥିବା କୁତ୍ସିତ ପ୍ରୟାସକୁ ଭାରତ ଜବରଦସ୍ତ କାଉଣ୍ଟର କରିଛି । ବେଜିଂର ଏଭଳି ଅମୂଳକ ଓ କାଳ୍ପନିକ ନାମକରଣକୁ ଖାରଜ କରି ଭାରତ ସରକାର ଅରୁଣାଚଳ ପ୍ରଦେଶର ୨୭ଟି ଗୁରୁତ୍ୱପୂର୍ଣ୍ଣ

ଭାରତ ସମେତ ୫ ଦେଶ ଉପରେ ୧୦୦% ଟାରିଫ୍ ଲଗାଇପାରେ ଆମେରିକା

ନୂଆଦିଲ୍ଲୀ: ରୁଷର ତୈଳ ଏବଂ ଗ୍ୟାସ ବିକ୍ରୟ ଉପରେ କଟକଣା ଲଗାଇବା ପାଇଁ ଆମେରିକାର ସେନେଟ୍ ଏକ ବିଲକୁ ମଞ୍ଜୁର କରିଛି। ଏହି ବିଲ୍ କାର୍ଯ୍ୟକାରୀ ହେବା ଦ୍ୱାରା ଭାରତ, ଚୀନ୍, ଜାପାନ ଏବଂ କିଛି ୟୁରୋପୀୟ ଦେଶ ଉପରେ ସର୍ବାଧିକ ପ୍ରଭାବ ପଡ଼ିପାରେ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ବଦଳିବ ଆଇଟି ନିୟମ ; ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶର ଆଇଟି ନିୟମକୁ ଅଧିକ କଠୋର କରିବାକୁ ଯାଉଛନ୍ତି। ଏହି କ୍ରମରେ ବର୍ତ୍ତମାନର ନିୟମରେ ସଂଶୋଧନ ପାଇଁ ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବଦ୍ୟା ମନ୍ତ୍ରାଳୟ (ଏମଇଟି) ପ୍ରସ୍ତାବ ଦେଇଛି। ପ୍ରସ୍ତାବିତ ନିୟମରେ ବେଆଇନ ଏଆଇ ବିଷୟବସ୍ତୁ ଗୁଡିକୁ ହଟାଇବା

ଟ୍ରମ୍ପଙ୍କ ହେଲିକପ୍ଟର ନିକଟରେ ଉଡ଼ିଲା ଯାତ୍ରୀବାହୀ ବିମାନ

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି। ରାଷ୍ଟ୍ରପତିଙ୍କ ସରକାରୀ ହେଲିକପ୍ଟର ‘ମାରିନ୍ ୱାନ୍’ ଏକ ଯାତ୍ରୀବାହୀ ବିମାନର ଅତି ନିକଟତର ହୋଇଯାଇଥିବା ଜଣାପଡ଼ିଛି। ଏହି ଗୁରୁତର ସୁରକ୍ଷା ତ୍ରୁଟିକୁ ନେଇ ଏବେ

୩ ଝିଅ ଥାଇ ବି ବୃଦ୍ଧାଶ୍ରମ କର୍ମଚାରୀ କଲେ ଅନ୍ତିମ ସଂସ୍କାର, ଭିଡିଓ କଲରେ ଦେଲେ ବାପାଙ୍କୁ ଶେଷ ବିଦାୟ

ହରିୟାଣା: ହରିୟାଣାର ସୋନିପତରୁ ଆସିଛି ଏକ ଦୁଃଖଦ ଘଟଣା । ଯାହା ଶୁଣିବା ପରେ ଅନେକ ଲୋକ ଭାବପ୍ରବଣ ହୋଇପଡ଼ିଛନ୍ତି । ଜୀବନ ସାରା ଯେଉଁ ସନ୍ତାନଙ୍କ ପାଇଁ ବାପା-ମା’ ସବୁକିଛି କରନ୍ତି, ସେହି ସନ୍ତାନମାନେ ଯଦି ଶେଷ ସମୟରେ ସାଥିରେ ନ ରୁହନ୍ତି, ତାଠାରୁ ବଡ଼ ଦୁଃଖ ଆଉ କଣ ହୋଇପାରେ ।

ସ୍କୁଲରେ ଗୁଳିକାଣ୍ଡ, ୬ ମୃତ

ବ୍ୟାଙ୍କକ: ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକର ଏକ ସ୍କୁଲ ପରିସରରୁ ଏକ ଭୟଙ୍କର ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ୩ଜଣ ଶିକ୍ଷକ ଏବଂ ତିନି ଜଣ ଛାତ୍ରଙ୍କ ସମେତ ଅତି କମରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି । ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସୂଚନାନୁଯାୟୀ, ଏହି