Browsing Category

ଦେଶ

ଅନଶନ ଭାଙ୍ଗିବା ପାଇଁ ୩ ସର୍ତ୍ତ ରଖିଲେ ୱାଙ୍ଗଚୁକ୍, ହସପିଟାଲରୁ ଆସିଲା ହାତ ଲେଖା ଚିଠି

ନୂଆଦିଲ୍ଲୀ : ଅନଶନ ଭାଙ୍ଗିବା ପାଇଁ ତିନି ସର୍ତ୍ତ ରଖିଛନ୍ତି ଶିକ୍ଷାବିତ ସୋନମ୍ ଓ୍ୱାଙ୍ଗଚୁକ୍ । ଦୀର୍ଘ ୨୦ ଦିନରୁ ଅଧିକ ସମୟ ଧରି ଆମରଣ ଅନଶନରେ ରହିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ୱାଙ୍ଗଚୁକ୍ । ସୋନମ ଅନଶନ ଭାଙ୍ଗିବାକୁ ଆଜି ତିନୋଟି ସର୍ତ୍ତ ରଖିଛନ୍ତି । ସର୍ତ୍ତ ପୂରଣ

ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଚାଲି ପାରୁନି ସଂସଦ, ଦିନକ ପାଇଁ ରାଜ୍ୟସଭାକୁ ମୁଲତବି ଘୋଷଣା

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ରାଜ୍ୟସଭାକୁ ଦିନକ ପାଇଁ ମୁଲତବି ଘୋଷଣା କରାଯାଇଛି। ଆସନ୍ତାକାଲି ଦିନ ୧୧ ଟାରେ ଚାଲିବ ପୁଣି ଚାଲିବ ଗୃହ। ସେପଟେ ଲୋକସଭା ପୁଣି ଥରେ ଅପରାହ୍ନ ୩ଟା ଯାଏଁ ମୁଲତବି ଘୋଷଣା କରାଯାଇଥିଲା। NEET ପେପର

ଗୁୟାନାରେ ନୌକା ଦୁର୍ଘଟଣା, ୧୩୩ ଯାତ୍ରୀଙ୍କ ମଧ୍ୟରୁ ୬୭ ଉଦ୍ଧାର

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାର ଗୁୟାନା ଦେଶରେ ଏକ ବଡ଼ ନୌକା ଦୁର୍ଘଟଣା ଘଟିଛି । ୧୩୩ ଜଣ ଯାତ୍ରୀ ନେଇ ଯାଉଥିବା ‘ଏମଭି ବାରିମା’ ନାମକ ନୌକା ସମୁଦ୍ରରେ ଓଲଟିଯାଇଛି । ଅଧିକାରୀମାନଙ୍କ କହିବା ଅନୁସାରେ, ୬୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ ୧୫ ଜଣ ଶିଶୁ

ନାଗାଲାଣ୍ଡରେଭୂସ୍ଖଳନ, ୮ ମୃତ, ୧୨ ରୁ ଅଧିକ ଆହତ

ନୂଆଦିଲ୍ଲୀ : ନାଗାଲାଣ୍ଡରେ ଭୟଙ୍କର ଭୂସ୍ଖଳନ । ନାଗାଲାଣ୍ଡର ମୋନ୍ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ରୁ ଅଧିକ ଆହତ ହୋଇଛନ୍ତି। ଲଗାତର ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୟାବହ ଭୂସ୍ଖଳନ ହୋଇଛି। ଭୂସ୍ଖଳନ ଯୋଗୁଁ ମୋନ୍ ସହର ଏବଂ ଆସାମ ରାଇଫଲ୍ସ

ସଂସଦରେ ଆସିବ ୭ ବିଲ୍, ବଦଳିବ ଅନେକ ନିୟମ

ନୂଆଦିଲ୍ଲୀ: ସଂସଦରେ ଆସିବ ୭ଟି ବଡ଼ ବିଲ୍ । ବଦଳିଯିବ ଅନେକ ନିୟମ । UGC ଏବଂ AICTE ଇତିହାସ ହେବ? ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ପାଇଁ ଆସୁଛି ମେଗା ବିଲ୍! । ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ମୋଦି ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ

ଡାକ୍ତରଖାନାରୁ ସୋନମଙ୍କ ପ୍ରଥମ ବାର୍ତ୍ତା, ପୁଲିସ ଦ୍ବାରା ଚିକିତ୍ସାଳୟ ସ୍ଥାନାନ୍ତରକୁ ‘ବେଆଇନ ଅଟକ’ ଅଭିହିତ କଲେ

ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତର ମନ୍ତର ପ୍ରତିବାଦ ସ୍ଥଳରୁ ସଫଦରଜଙ୍ଗ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ନିଜ ସମର୍ଥକମାନଙ୍କ ଉଦ୍ଦେଶ୍ୟରେ ପ୍ରଥମ ବାର୍ତ୍ତା ଜାରି କରିଛନ୍ତି। ଆସନ୍ତାକାଲି (ସୋମବାର) ‘କକ୍ରୋଚ୍ ଜନତା ପାର୍ଟି’ (ସିଜେପି) ପକ୍ଷରୁ

ରୁଷ ଉପରେ ୟୁକ୍ରେନର ଆକ୍ରମଣ, ୯ ମୃତ, ୮୦ରୁ ଅଧିକ ଆହତ

ନୂଆଦିଲ୍ଲୀ : ରୁଷ ଉପରେ ଆକ୍ରମଣ କରିଛି ୟୁକ୍ରେନ । ରୁଷ ରାଜଧାନୀ ମସ୍କୋ ଉପରେ ୩୭୦ରୁ ଅଧିକ ଡ୍ରୋନ ମାଡ଼ କରି ଅଗ୍ନିବର୍ଷା କରିଛି । ୟୁକ୍ରେନ ଆକ୍ରମଣ ରୁଷର ଅନଲାଇନ ସପିଂ କମ୍ପାନୀର ଦୁଇଟି ୱେୟାର ହାଉସ୍, ଏବଂ ଅଏଲ ଡିପୋ ଏବଂ ଅନ୍ୟ ଆଡ୍ଡା ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ୯

କାଲିଠାରୁ ସଂସଦର ମୌସୁମୀ ଅଧିବେଶନ, ଜନସମସ୍ୟା ନେଇ ସରକାରଙ୍କୁ ଘେରିବ ବିରୋଧୀ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ । ଚଳିତ ବର୍ଷର ଏହି ଅଧିବେଶନ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଏଥିରେ ବିରୋଧୀ ଦଳଗୁଡ଼ିକ ଜନସାଧାରଣଙ୍କ ସମସ୍ୟା ଓ ଜବାବଦେହିତାକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସରକାର ନିଜର

ଲଗାଣ ବର୍ଷା ଯୋଗୁ ଅସ୍ଥାୟୀ ଭାବେ ବୈଷ୍ଣୋ ଦେବୀ ଯାତ୍ରା ସ୍ଥଗିତ

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀରରେ ଲଗାତାର ବର୍ଷା ଜାରି ରହିଛି । ଅମରନାଥ ଯାତ୍ରାକୁ ସ୍ଥଗିତ କରିବା ପରେ ଆଜିଠାରୁ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି

ସ୍ୱାମୀକୁ ମାରିବାକୁ ଷଡ଼ଯନ୍ତ୍ର : କ୍ଷୀରରେ ନିଦ ବଟିକା ମିଶାଇ ବିଷାକ୍ତ ସାପ ଛାଡ଼ିଲା ସ୍ତ୍ରୀ

ଲକ୍ଷ୍ନୋ: କ୍ଷୀରରେ ମିଶାଇଲା ନିଦ ବଟିକା, ଶୋଇଥିବା ସ୍ୱାମୀ ଉପରକୁ ଛାଡ଼ିଦେଲା ବିଷାକ୍ତ ସାପ । ଇନ୍ସୁରାନ୍ସ ଟଙ୍କା ପାଇଁ ସ୍ବାମୀକୁ ହତ୍ୟା । ଉତ୍ତରପ୍ରଦେଶର ମେରଠ ଅଞ୍ଚଳରୁ ଏଭଳି ସାଙ୍ଘାତିକ ତଥା ଯୋଜନାବଦ୍ଧ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ନିଜ ପ୍ରେମିକ ସହ ମିଶି