ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଚାଲି ପାରୁନି ସଂସଦ, ଦିନକ ପାଇଁ ରାଜ୍ୟସଭାକୁ ମୁଲତବି ଘୋଷଣା

add-all

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ରାଜ୍ୟସଭାକୁ ଦିନକ ପାଇଁ ମୁଲତବି ଘୋଷଣା କରାଯାଇଛି। ଆସନ୍ତାକାଲି ଦିନ ୧୧ ଟାରେ ଚାଲିବ ପୁଣି ଚାଲିବ ଗୃହ। ସେପଟେ ଲୋକସଭା ପୁଣି ଥରେ ଅପରାହ୍ନ ୩ଟା ଯାଏଁ ମୁଲତବି ଘୋଷଣା କରାଯାଇଥିଲା। NEET ପେପର ଲିକ୍‌ ପ୍ରସଙ୍ଗରେ ଆଲୋଚନା ଦାବି କରୁଛନ୍ତି ବିରୋଧୀ। ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ବିରୋଧୀ ଦଳ ସଦସ୍ୟମାନେ ସଂସଦରେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ।

ଦିଲ୍ଲୀର ଜନ୍ତରମନ୍ତରଠାରେ ଛାତ୍ର ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ଲାଠିଚାର୍ଜ କରିବା ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଗୃହରେ ଆଲୋଚନା ଦାବି କରିଥିଲେ। ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ହୋଇଥିବା ପାଟିତୁଣ୍ଡ ଏବଂ ନାରାବାଜି ଯୋଗୁଁ ଗୃହ ଚଳାଇବା ଅସମ୍ଭବ ହୋଇପଡ଼ିଥିଲା। ଫଳରେ ଗୃହର ମୁଖ୍ୟ ଏହାକୁ ଦିନକ ପାଇଁ ମୁଲତବି ଘୋଷଣା କରିଛନ୍ତି।

ad-week
Leave A Reply

Your email address will not be published.