ସିଂହଦ୍ବାର ଥାନାରେ ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ ମାମଲା, ୩ ସୁଦ୍ଧା ହାଜର ନିର୍ଦ୍ଦେଶ

add-all

ପୁରୀ: ଶ୍ରୀମନ୍ଦିର ଭିତରର ରିଲ୍ସ ଭିଡିଓ ଭାଇରାଲ ଘଟଣାରେ ଅଭିଯୁକ୍ତ ରୋହିତ ଜୈଶ୍ବାଲଙ୍କ ବିରୋଧରେ ମାମଲା ରୁଜୁ କରିଛି ସିଂହଦ୍ବାର ପୋଲିସ । ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ସିଂହଦ୍ବାରା ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ରୋହିତ ଜୈଶ୍ବାଲ ୧୯୭୩ ନାଁରେ ଥିବା ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଛି ଭିଡିଓ । ରଥଯାତ୍ରା ପରେ ଶ୍ରୀମନ୍ଦିର ଭିତରର ଏହି ଭିଡିଓ କରାଯାଇଛି। ରୋହିତ ନିଜେ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଥିବା ସୂଚନା ମିଳିଛି ଥାନାରେ ହାଜର ନହେଲେ ରୋହିତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେହିପରି ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା ନାଁରେ ଆପରେ ଠକେଇ ଅଭିଯୋଗ ମାମଲାରେ ତିନି ଅଭିଯୁକ୍ତଙ୍କୁ ସିଂହଦ୍ବାର ଥାନାରେ ହଜାର ହେବାକୁ ନିର୍ଦ୍ଦେଶ ଦେଲା ପୋଲିସ । ଅଭିଯୁକ୍ତ ହେଲେ ସୌରଜିତ୍ ବାସୁ , ସିଇଓ ପ୍ରଜତ ସାମନ୍ତ, ଚିଫ୍ ଟେକ୍ନୋଲୋଜି ଅଫିସର୍ ଅଙ୍କିତା ଦେ। ସମସ୍ତ ୩ ଜଣଙ୍କୁ ଜୁଲାଇ ୩ ତାରିଖ ସୁଦ୍ଧା ଥାନାରେ ଜାହର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନର ରିପୋର୍ଟ ଆଧାରରେ ଥାନା ପକ୍ଷରୁ ଆପ ବିରୋଧରେ ମାମଲା ରୁଜୁ ହୋଇଥିଲା । ଦଫା ୪୨୦, ୧୨୦ବି ସହ ଅନ୍ୟାନ୍ୟ ଦଫାରେ ମାମଲା ହୋଇଛି ।

ad-week
Leave A Reply

Your email address will not be published.