ଶ୍ରୀମନ୍ଦିର ସିଂହଦ୍ୱାରରେ ରୁପା ଛାଉଣୀ କାମ ଆରମ୍ଭ

add-all

ପୁରୀ : ରୁପାରେ ଝଲସିବ ଶ୍ରୀମନ୍ଦିର ସିଂହଦ୍ୱାର। ଆରମ୍ଭ ହୋଇଛି ରୁପା ଛାଉଣୀ କାମ। ସିଂହଦ୍ୱାରରେ ଲାଗିଥିବା ନବନିର୍ମିତ କବାଟରେ ମୁମ୍ବାଇରୁ ଆସିଥିବା କାରିଗରମାନେ ବିଭିନ୍ନ ଡିଜାଇନ୍‌ରେ ପ୍ରସ୍ତୁତ ରୁପା ଲଗାଇବା କାମ ଆରମ୍ଭ କରିଛନ୍ତି। ଆଜି ରାତି ସୁଦ୍ଧା ରୁପା ଛାଉଣୀ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ମାଆ ଲକ୍ଷ୍ମୀ ସାଆନ୍ତାଣୀ ରୁପାର ନୂଆ ସିଂହଦ୍ୱାର ଦେଇ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ଭବ୍ୟ ସ୍ୱାଗତ କରିବେ।

ସେପଟେ ବାହୁଡ଼ା ଯାତ୍ରା ପୂର୍ବରୁ ସିଂହଦ୍ୱାର ରଙ୍ଗ କାମ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ସିଂହଦ୍ୱାର ସଂପୂର୍ଣ୍ଣ ଭାବେ ନୂଆ ତିଆରି କରାଯାଇଛି। ପୁରୁଣା ଦ୍ୱାରକୁ ହଟାଇ ଶାଗୁଆନ୍‌ କାଠରେ ନବନିର୍ମିତ ଦ୍ୱାର ଲଗାଯାଇଛି। ମୁମ୍ବାଇରୁ ଆସିଥିବା ୧୩ ଜଣ କାରିଗର ବର୍ମା ଶାଗୁଆନ କାଠରେ ଏହି ଦ୍ୱାର ନିର୍ମାଣ କରିଛନ୍ତି। ପୂର୍ବରୁ ସାତପାହଚ, ଜୟବିଜୟ ଦ୍ୱାର, କଳାହାଟ ଦ୍ୱାର, ବେହରଣ ଦ୍ୱାର ଓ ଭୋଗମଣ୍ଡପ ଦ୍ୱାରକୁ ରୂପା ଦ୍ୱାର କରାଯାଇଛି। ।

ad-week
Leave A Reply

Your email address will not be published.