ଆଡପ ଦର୍ଶନ ସାରି ଫେରୁଥିବାବେଳେ ଚାଲିଗଲା ଭକ୍ତଙ୍କ ଜୀବନ

add-all

ପୁରୀ: ଜଗା ମୁହଁ ଚାହିଁ ଏ ଜୀବନ ଯାଉ…ଭକ୍ତଟିଲ ସବୁବେଳେ ଏକଥା ଭାବୁଥାଏ  । ସେ ବି ଥିଲେ ଜଣେ ଭକ୍ତ । ଜଗା ମୁହଁ ଆଖିରେ ରଖି ଆଖି ବୁଜିଦେଲେ ସବୁଦିନ ପାଇଁ । ଆଡପ ମଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶେଷ ଦର୍ଶନ‌ ପରେ ଚାଲିଗଲା ଜୀବନ ।   ଆଡପ ମଣ୍ଡପରୁ  ବାଟରେ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଛି।

ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ମଙ୍ଗଳବାର ଘଟିଛି ଏମିିତି ଅଘଟଣ  । ଆଡପ ଦର୍ଶନ ପରେ ଆଖି ବୁଜିଥିବା ଏହି  ଭକ୍ତ ଜଣକ ହେଉଛନ୍ତି ଲକ୍ଷ୍ମୀଧର ଖୁଣ୍ଟିଆ। ଘର ତାଙ୍କର ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ ।

ପରିବାର ଲୋକଙ୍କ କହିବା ଅନୁଯାୟୀ,  ୮୨ ବର୍ଷ ବୟସ୍କ ଲକ୍ଷ୍ମୀଧରନ ଗୁଣ୍ଡିଚା ମନ୍ଦିରରେ ଦର୍ଶନ ସାରି ଫେରିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ।  ପରିବାର ଲୋକେ ତୁରନ୍ତ ତାଙ୍କୁ ପୁରୀ ସଦର‌ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର। ଏହି ଘଟଣା ପରେ ପରିଜନମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସୂଚନାଥାଉ କି, ଜୁନ ୪ ତାରିଖ ସ୍ନାନଦର୍ଶ ଦିନ ଶ୍ରୀମନ୍ଦିରରେ ଜଣେ ଭକ୍ତଙ୍କର ଏମିତି ମୃତ୍ୟୁ ଘଟିଥିଲା ।

ad-week
Leave A Reply

Your email address will not be published.