ଭୀମ୍ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଗୁଳିମାଡ଼…

add-all

ସାହାରନପୁର : ୟୁପିର ସାହାରନପୁରରେ ଆଜାଦ ସମାଜ ପାର୍ଟି (ଭୀମ ଆର୍ମି) ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ସେମାନଙ୍କୁ କେତେକ ଦୁର୍ବୃତ୍ତ ଗୁଳି କରିଛନ୍ତି । ଗଣମାଧ୍ୟମରେ ଥିବା ଫଟୋରେ ଦେଖିବାକୁ ମିଳୁଛି ଯେ ଗୁଳି ତାଙ୍କ ଅଣ୍ଟାକୁ ଛୁଇଁ ବାହାରି ଯାଇଛି । ଏଥିସହିତ ତାଙ୍କ କାରର କାଚ ମଧ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।
ଆକ୍ରମଣ ପରେ ଚନ୍ଦ୍ରଶେଖର ଆଜାଦଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସାହାରନପୁର ଏସଏସପି ଡ. ବିପିନ ଟାଡା ଏହି ଆକ୍ରମଣ ସଂପର୍କରେ ଡିଜିପି ବିଜୟ କୁମାରଙ୍କୁ ଫୋନ ଯୋଗେ ଜଣାଇଛନ୍ତି ।
ଚନ୍ଦ୍ରଶେଖର ଆଜାଦଙ୍କୁ ସୁରକ୍ଷା ଦିଆଯାଉ ବୋଲି କହି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭୀମ ଆର୍ମି ଦାବି କରିଛି। ତାଙ୍କ ଅବସ୍ଥା ବିପଦମୁକ୍ତ ଏବଂ ତାଙ୍କର ଚିକିତ୍ସା ଚାଲିଛି ବୋଲି ସ୍ଥାନୀୟ ଆରଏଲଡି ବିଧାୟକ ମଦନ ଭୈୟା କହିଛନ୍ତି।

ad-week
Leave A Reply

Your email address will not be published.