ଅନନ୍ତ ବାସୁଦେବ ମନ୍ଦିରରେ ରୋଷଘର ନିର୍ମାଣ ନେଇ ୨ ଗୋଷ୍ଠୀ ମଧ୍ୟରେ ବିବାଦ

add-all

ଭୁବନେଶ୍ବର: ଏକାମ୍ର ପ୍ରକଳ୍ପ ଯୋଜନାରେ ଅନନ୍ତ ବାସୁଦେବ ମନ୍ଦିରରେ ରୋଷଘର ନିର୍ମାଣ ପ୍ରସଙ୍ଗରେ ବିବାଦ ଉଠିଛି। ମନ୍ଦିର ପରିସରରେ ରୋଷଘର ପାଇଁ ଓବିସିସି ପକ୍ଷରୁ ଟେଣ୍ଡର କରାଯାଇଛି। ଅନ୍ୟପକ୍ଷରେ ଏହାକୁ ବିରୋଧ କରି ବ୍ରାହ୍ମଣ ନିଯୋଗ ଜିଲ୍ଲାପାଳ ଏବଂ ବିଏମସି କମିସନରଙ୍କ ପାଖକୁ ଚିଠି କରିଛନ୍ତି। ଏକ ଗୋଷ୍ଠୀ ଅନନ୍ତ ବାସୁଦେବଙ୍କ ପାଖରେ ସଂକୁଡି ଭୋଗ ହୁଏନାହିଁ କହୁଥିବା ବେଳେ ଏହାକୁ ଖଣ୍ଡନ କରୁଛନ୍ତି ଆଉ ଗୋଟେ ଗୋଷ୍ଠୀ। ତେବେ ଏ ମନ୍ଦିରରେ ଆଜି ପର୍ଯ୍ୟନ୍ତ ଅନ୍ନ ମହାପ୍ରସାଦ ପୂଜା ହୋଇ ଆସୁଥିଲା ଏବଂ ଆଗକୁ ବି ହେବ ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି କହିଛନ୍ତି । ଏମିତିକି ଅଭିଯୋଗ କରୁଥିବା କାଶୀନାଥ ପଣ୍ଡା ଖୋଦ ଲିଙ୍ଗରାଜ ମନ୍ଦିରର ନୁହଁ ବରଂ ଡେପୁଟେସନରେ ଆସିଛନ୍ତି ବୋଲି ମଧ୍ୟ ସେ କହିଛନ୍ତି।

ଅନ୍ୟପକ୍ଷରେ ପୂଜାପଣ୍ଡା ନିଯୋଗ ସମିତି ନିଜ ପକ୍ଷ ରଖିଛି। ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ଼ ଅଧୀନରେ ଅନନ୍ତ ବାସୁଦେବ ମନ୍ଦିର ରହିଛି ବୋଲି କହିଛି। ପୂର୍ବରୁ କୋରାଖଈ ଏବଂ ଲଡୁପୂଜା ହେଉଥିଲା। ଲିଙ୍ଗରାଜଙ୍କ ଭୋଗ ମଣ୍ଡପ ପରେ ଏଠି ପୂଜା ହେଉଥିଲା। ବର୍ତ୍ତମାନ ମହାସୁଆରମାନେ ଏଠି ପୂଜାପଣ୍ଡା ନିଯୋଗକୁ ପୁରାଇ ଦେଉନାହାନ୍ତି। ଏନେଇ କୋର୍ଟରେ କେସ୍ ମଧ୍ୟ ଚାଲିଛି। ତେବେ ସୁଆର ତଥା ମହା ସୁଆରମାନେ ରୋଷେଇ କରିବାର ଅଧିକାର ଥାଇପାରେ କିନ୍ତୁ ଅନ୍ନ ପୂଜା କରିବାର ଅଧିକାର ସେମାନଙ୍କର ନାହିଁ। ତେଣୁ ସେମାନେ ଛଳନା କରୁଛନ୍ତି ବୋଲି ପୂଜାପଣ୍ଡା ନିଯୋଗ ପକ୍ଷରୁ କୁହାଯାଇଛି। ସରକାର ଏହା ବୁଝିବେ ଆଉ ଯଦି ନବୁଝନ୍ତି ତାହାଲେ ଲିଙ୍ଗରାଜଙ୍କ ପୂଜାବିଧିରେ ଏହାର ପ୍ରଭାବ ପଡିବ କହି ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚିକାନ୍ତ ପୂଜାପଣ୍ଡା ଚେତାବନୀ ମଧ୍ୟ ଦେଇଛନ୍ତି।

ad-week
Leave A Reply

Your email address will not be published.