ସଡ଼କ ପଥରେ ଛାଡ଼ିଲାନି ପୁଲିସ୍‌, ହେଲିକପ୍ଟରରେ ମଣିପୁରର ଏହି ଜିଲ୍ଲାକୁ ଗଲେ ରାହୁଲ ଗାନ୍ଧି

add-all

ଇମ୍ଫାଲ : ମଣିପୁରରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଚୁରାଚାନ୍ଦପୁରକୁ ଆଜି ରାହୁଲ ଗାନ୍ଧି ଯାଉଥିବା ବେଳେ ତାଙ୍କୁ ବିଷ୍ଣୁପୁର ପାଖରେ ପୁଲିସ୍‌ ଅଟକାଇ ଦେଇଛି। ପୁଲିସ୍‌ ତାଙ୍କ କନଭୟକୁ ଆଗକୁ ବଢ଼ିବାକୁ ନ ଦେବାରୁ ସେ ଇମ୍ଫାଲ ଆସିବା ସହ ହେଲିକପ୍ଟର ଯୋଗେ ଚୁରାଚାନ୍ଦପୁର ଗସ୍ତ କରିଛନ୍ତି।
ପୁଲିସ୍‌ କହିଛି ଯେ ରାହୁଲ ଗାନ୍ଧିଙ୍କ କନଭୟକୁ ଇମ୍ଫାଲ ଠାରୁ ୨୦ କିମି ଦୂର ବିଷ୍ଣୁପୁରରେ ରୋକା ଯାଇଥିଲା। ତାଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଏପରି ପଦକ୍ଷେପ ନିଆଯାଇଥିଲା। ରାହୁଲ ଗାନ୍ଧି ଯେଉଁ ରାସ୍ତାରେ ଯିବାର ଥିଲା, ସେଠାରେ ବିପୁଳ ସଂଖ୍ୟାରେ ମହିଳାମାନେ ବିକ୍ଷୋଭ କରୁଛନ୍ତି। ଏହି ସମୟରେ ଗ୍ରେନେଡ ଆକ୍ରମଣର ଆଶଙ୍କା ଥିବାରୁ ରାହୁଲ ଗାନ୍ଧିକୁ ଯିବାକୁ ବାରଣ କରାଯାଇଥିବା ପୁଲିସ୍‌ କହିଛି।
ତେବେ ସାମ୍ନାକୁ ଆସିଥିବା ଭିଡିଓ ଅନୁଯାୟୀ, ପୁଲିସ୍‌ ରାହୁଲ ଗାନ୍ଧିଙ୍କ କନଭୟକୁ ଅଟକାଇବାରୁ ମହିଳାମାନେ ବିକ୍ଷୋଭ କରିଥିବା କହିଛନ୍ତି। ଏଥିସହ ସେ ରାହୁଲ ଗାନ୍ଧି ଚୁରାଚାନ୍ଦପୁର ସହ ହିଂସା ଦ୍ୱାରା ସେମାନଙ୍କ ଗାଁଗୁଡ଼ିକ ମଧ୍ୟ କେମିତି କ୍ଷତିଗ୍ରସ୍ତ ହୋଇଛି, ସେକଥା ମଧ୍ୟ ଦେଖନ୍ତୁ ବୋଲି ମହିଳାମାନେ କହିଛନ୍ତି।
ତେବେ ବିଷ୍ଣୁପୁରରୁ ପୁଲିସ୍‌ ରାହୁଲ ଗାନ୍ଧିଙ୍କୁ ଆଗକୁ ନ ଛାଡ଼ିବାରୁ ସେ ଇମ୍ଫାଲ ଫେରିଥିଲେ। ଏହାପରେ ସେ ଚୁରାଚାନ୍ଦପୁରକୁ ହେଲିକପ୍ଟର ଯୋଗେ ଯାଇଛନ୍ତି। ସେଠାରେ ସେ ହିଂସା ଯୋଗୁ ନିଜର ଘର ଛାଡ଼ି କ୍ୟାମ୍ପରେ ଆଶ୍ରୟ ନେଇଥିବା ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ମେ’ ୩ରୁ ମଣିପୁରରେ ହିଂସା ଆରମ୍ଭ ହୋଇଥିବା ବେଳେ ୧୦୦ ଜଣଙ୍କ ଜୀବନ ଯାଇଛି। ୫୦ ହଜାରରୁ ଅଧିକ ଲୋକ ହିଂସା ଦ୍ୱାରା ପ୍ରଭାବିତ ହୋଇ ରିଲିଫ କ୍ୟାମ୍ପରେ ରହୁଛନ୍ତି। ପୂରା ରାଜ୍ୟରେ ୩୦୦ରୁ ଅଧିକ ରିଲିଫ କ୍ୟାମ୍ପ ପ୍ରସ୍ତୁତ କରାଯାଇ ଲୋକଙ୍କୁ ରଖାଯାଇଛି।

ad-week
Leave A Reply

Your email address will not be published.