ରିଲିଫ କ୍ୟାମ୍ପରେ ପିଲାଙ୍କ ସହ ଲଞ୍ଚ କଲେ ରାହୁଲ ଗାନ୍ଧି

add-all

ଇମ୍ଫାଲ : ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ମଣିପୁରରେ ପହଞ୍ଚି ସ୍ଥିତି ପରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ହିଂସା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଚୁରାଚାନ୍ଦପୁରରେ ରାହୁଲ ବିଭିନ୍ନ ରିଲିଫ କ୍ୟାମ୍ପ ବୁଲିଛନ୍ତି।
ହିଂସା ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକମାନଙ୍କୁ ରିଲିଫ କ୍ୟାମ୍ପରେ ରଖାଯାଇଛି। ଆଜି ସେମାନଙ୍କ ହାଲଚାଲ ରାହୁଲ ବୁଝିବା ସହ ରିଲିଫ କ୍ୟାମ୍ପରେ ରହୁଥିବା ଛୋଟ ପିଲାମାନଙ୍କ ସହ ମିଶି ଲଞ୍ଚ କରିଛନ୍ତି।
ରାହୁଲ ଗାନ୍ଧି ଆଜି ଇମ୍ଫାଲରେ ପହଞ୍ଚିବା ପରେ ସଡ଼କ ପଥରେ ଚୁରାଚାନ୍ଦପୁର ଯାଉଥିଲେ। କିନ୍ତୁ ବିଷ୍ଣୁପୁର ନିକଟରେ ରାହୁଲଙ୍କ କନଭୟକୁ ପୁଲିସ୍‌ ଆଗକୁ ଛାଡ଼ି ନଥିଲା।
ଫଳରେ ରାହୁଲ ପୁଣି ଇମ୍ଫାଲ ଫେରିଥିଲେ ଓ ହେଲିକପ୍ଟର ଯୋଗୁ ଚୁରାଚାନ୍ଦପୁରରେ ପହଞ୍ଚିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ମିଳିଥିବା ହେଲିକପ୍ଟର୍‌ରେ ସେ ଉକ୍ତ ଜିଲ୍ଲାରେ ପହଞ୍ଚି କ୍ଷତିଗ୍ରସ୍ତ ଲୋକଙ୍କ କଥା ବୁଝିଛନ୍ତି।

ad-week
Leave A Reply

Your email address will not be published.