ଜଗତସିଂହପୁର ଜିଲ୍ଲାରେ ୫ଟି ସଚିବ

add-all

ପାରାଦୀପ: ଆଜି ୫ଟି ସଚିବ ଭି.କେ ପାଣ୍ଡିଆନ ୨ ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି  ଆଜି ପୁର୍ବାହ୍ନ ୯ରେ  ଏରସମା ବ୍ଳକ ଅନ୍ତର୍ଗତ ଶିଆଳି ସମୁଦ୍ର ବେଳାଭୂମୀ ନିକଟରେ ହେଲିକ୍ୟାପ୍ଟର ଯୋଗେଁ ଓହ୍ଲାଇବା ଥିଲେ ।  ଏରସମାର ଶିଆଳୀ ସମୁଦ୍ରବେଳାଭୂମୀରେ ଦଶହଜାରରୁ ଅଧିକ ଜନସମାଗମ ଦେଖିବାକୁ ମିଳିଥିଲା ।

ବିଜେଡି ନେତା, ସଂଗଠକ ଓ ପ୍ରଶାସନିକ ଅଧିକାରୀମାନେ ବେଶ ତତ୍ପରତା ଦେଖାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି.କେ ପାଣ୍ଡିଆନ ହେଲିକ୍ୟାପ୍ଟରରୁ ଓହ୍ଲାଇ ବ୍ୟାରିକେଟ ପାଖକୁ ଯାଇ ଲୋକମାନଙ୍କ ସହ ହାତ ମିଳାଇଥିଲେ। ସଭା ମଞ୍ଚକୁ ଯିବା ପୂର୍ବରୁ ଶିଆଳୀ ସମୁଦ୍ର ବେଳାଭୂମୀର ଉନ୍ନତି ସମ୍ପର୍କରେ ତଦାରଖ କରିବା ସହ ମଞ୍ଚକୁ ଯାଇ ଲୋକମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ। ହଜାର ହଜାର ସମବେତ ଜନତା ହରିବୋଲ ହୁଳହୁଳି ଧ୍ୱନିରେ ସଚିବଙ୍କୁ ସ୍ୱାଗତ କରିଥିଲେ।

ପାଣ୍ଡିଆନ ଉଦବୋଧନ ଦେଇ ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ଗୁଡିକ ସମ୍ପର୍କରେ ହୋଇଥିବା ଅଭିଯୋଗକୁ ସାତଦିନ ମଧ୍ୟରେ ସମାଧାନ କରାଯିବ ବୋଲି କହିଥିଲେ।ଏରସମା ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସଠିକ ଭାବେ କରାଯାଇଥିବା ବେଳେ ପାନୀୟଜଳ ସମସ୍ୟା ଦୁଇମାସ ମଧ୍ୟରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସୂଚନା ଦେଇଥିଲେ ।

‘ ମୁଖ୍ୟମନ୍ତ୍ରୀ ଆପଣ ମାନଙ୍କୁ ସବୁବେଳେ ନିଜ ପରିବାର ବୋଲି ଭାବି ବିଭିନ୍ନ ଯୋଜନା କରିଛନ୍ତି। ଆପଣମାନେ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରନ୍ତୁ ବୋଲି ଅନୁରୋଧ କରିଥିଲେ ଶ୍ରୀ ପାଣ୍ଡିଆନ ।  ଏକଘଣ୍ଟା ଧରି ଶିଆଳୀରେ ରହି ପାରାଦ୍ୱୀପ ଅଭିମୁଖେ ଚାଲିଯାଇଥିଲେ।

ad-week
Leave A Reply

Your email address will not be published.