ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା, ଦର୍ଶନରୁ ବଞ୍ଚିତ ଭକ୍ତ

add-all

ଆଠଗଡ଼  : ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା। ଧବଳେଶ୍ୱରକୁ ସଂଯୋଗ କରୁଥିବା ଅସ୍ଥାୟୀ ରାସ୍ତା ଭାସିଯାଇଛି। ମହାନଦୀରେ ଅଧିକ ବର୍ଷା ପାଣି ଆସିବାରୁ ଅସ୍ଥାୟୀ ରାସ୍ତାଟି ଧୋଇଯାଇଛି। ଫଳରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ। ମଞ୍ଚେଶ୍ୱର ନଦୀ ଘାଟରୁ ପାଇକରାପୁର ପଠା ଏବଂ ସେଠାରୁ ଧବଳେଶ୍ୱର ପଠାକୁ ସଂଯୋଗ କରୁଥିଲା ଅସ୍ଥାୟୀ ରାସ୍ତା। ଶ୍ରଦ୍ଧାଳୁ ମାନେ ଏହି ରାସ୍ତାରେ ଆସି ବାବା ଧବଳେଶ୍ୱରଙ୍କର ଦର୍ଶନ କରୁଥିଲେ। ଝୁଲାପୋଲ ବନ୍ଦ ରହିଥିବାରୁ ବାବା ଧବଳେଶ୍ୱରଙ୍କ ପୀଠକୁ ରାସ୍ତା ବନ୍ଦ ହୋଇଯାଇଛି।

ଝୁଲାପୋଲ ଅସୁରକ୍ଷିତ ଦର୍ଶାଇ ନଭେମ୍ବର ୧ ତାରିଖ ଠାରୁ ଧବଳେଶ୍ୱରଙ୍କ ପୀଠକୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ବନ୍ଦ ରଖାଯାଇଥିଲା। ୧୪୪ ଧାରା ଲଗାଇ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଲଗାଯାଇଥିଲା।

ad-week
Leave A Reply

Your email address will not be published.