ଦିଲ୍ଲୀ ଅଧ୍ୟାଦେଶ ଅଣସାମ୍ୱିଧାନିକ ଅଭିଯୋଗ ନେଇ ସୁପ୍ରିମ୍‌କୋର୍ଟ ଗଲା ଆପ୍‌

add-all

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପ୍ରଶାସନିକ ସେବା ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଆଜି ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଦଳ ସୁପ୍ରିମ୍‌କୋର୍ଟ ଯାଇଛି। ସରକାରଙ୍କ ଅଧ୍ୟାଦେଶ ବେଆଇନ ବୋଲି ସୁପ୍ରିମ୍‌କୋର୍ଟରେ ଆପ୍‌(ଆମ ଆଦମୀ ପାଟିଁ) ପିଆଇଏଲ୍ ଫାଇଲ୍‌ କରିଛି। ଏହି ଅଧ୍ୟାଦେଶକୁ ଅକାମୀ କରିବାକୁ କୋର୍ଟରେ ନିବେଦନ କରିଛି। ଏହି ଅଧ୍ୟାଦେଶ ସଂଘୀୟ ଗଣତନ୍ତ୍ରକୁ ଧ୍ୱଂସ କରିଦେବ ବୋଲି ଆପ୍‌ର ନେତା ଓ କେଜ୍ରିୱାଲ ବାରମ୍ବାର ସମାଲୋଚନା ସହ ଅଭିଯୋଗ କରିଆସୁଛନ୍ତି।
ସୂଚନା ଥାଉକି, ଜୁଲାଇ ୩ରୁ ବିଭିନ୍ନ ପର୍ଯ୍ୟାୟରେ ଆପ୍‌ ଏହି ଅଧ୍ୟାଦେଶକୁ ବିରୋଧ କରିଆସୁଛି। ନିଜେ ଆପ୍‌ ମୁଖ୍ୟ ତଥା ସିଏମ୍‌ ଅରବିନ୍ଦ ଅଗ୍ରୱାଲ ଏହା ବିରୋଧରେ ଅଭିଯାନର ନେତୃତ୍ୱ ନେଉଛନ୍ତି।
ଆପ୍‌ ଓ ବିଜେପି କ୍ଷମତା ଯୁଦ୍ଧ ରାଜନୀତି ଚାଲିଥିବା ବେଳେ ସୁପ୍ରିମ୍‌କୋର୍ଟ ଦିଲ୍ଲୀରେ ପୁଲିସ, ସାଧାରଣ ପ୍ରଶାସନିକ ସେବା ଓ ଜମିଜମା ନିଷ୍ପତ୍ତି ନିର୍ବାଚିତ ସରକାରଙ୍କ ହାତରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାପରେ ଗତ ମେ’ ୧୯ରେ କେନ୍ଦ୍ର ବିଜେପି ସରକାର ଅଧ୍ୟାଦେଶ ଆଣି ନିର୍ଦ୍ଦେଶନାମାକୁ ଏକପ୍ରକାର ଅକାମୀ କରିଦେଇଥିଲେ। ଯାହାପରେ କେଜ୍ରିୱାଲ ଜନସମର୍ଥନ ଯୋଗାଇ ନିମନ୍ତେ ବିଭିନ୍ନ ବିରୋଧୀ ଦଳ ନେତାଙ୍କୁ ଭେଟିବା ସହ ସମାବେଶ କରୁଛନ୍ତି। ତାଙ୍କୁ ମଧ୍ୟ ଅଣବିଜେପି ବହୁ ଦଳଙ୍କ ସମର୍ଥନ ମିଳିଛି।

ad-week
Leave A Reply

Your email address will not be published.