ସାଧାରଣ ନିର୍ବାଚନ ନେଇ ବିଜେପିର ପ୍ରସ୍ତୁତି : ଗୌହାଟୀରେ ଓଡ଼ିଶା ପାଇଁ ପ୍ରସ୍ତୁତ ହେବ ରଣନୀତି

add-all

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନର ପ୍ରସ୍ତୁତିକୁ ନେଇ ଭାରତୀୟ ଜନତା ପାର୍ଟି(ବିଜେପି) ମିସନ ମୋଡ୍‌ରେ କେନ୍ଦ୍ରୀୟ ସଂଗଠନ, ସରକାର ଓ ରାଜ୍ୟ ମାନଙ୍କରେ ବ୍ୟାପକ ପରିବର୍ତ୍ତନ କରିବ। ଆସନ୍ତାମାସ ୬ ତାରିଖରେ ଗୌହାଟୀରେ ପୂର୍ବ ଓ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ନେତାମାନଙ୍କ ସହିତ ବିଜେପିର କେନ୍ଦ୍ରୀୟ ନେତୃତ୍ବ ବୈଠକ କରିବେ। ଦଳର ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା, ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହ, ଓଡିଶା,ବିହାର, ପଶ୍ଚିମବଙ୍ଗ,ଆସାମ ସମେତ ୧୨ଟି ରାଜ୍ୟର ନେତାମ‌ାନଙ୍କ ସହିତ ମାରାଥନ ବୈଠକ କରିବେ।

ସୂତ୍ର ଅନୁସାରେ ଜୁଲାଇ ୬ ତାରିଖ ବୈଠକରେ ଓଡ଼ିଶାର ବିଜେପି ସାଂସଦ, ବିଧାୟକ, ରାଜ୍ୟ ସଭାପତି, ରାଜ୍ୟ ପ୍ରଭାରୀ ପ୍ରମୁଖ ଯୋଗଦେବେ। ବୈଠକରେ ରାଜ୍ୟର କିଛି ନେତାମାନଙ୍କୁ ନୂଆ ଦାୟିତ୍ବ ମଧ୍ୟ ଦିଆଯାଇପାରେ। ବୈଠକ ପରେ ସମ୍ଭବତଃ ଆଗାମୀ ଲୋକସଭା ନିର୍ବାଚନକୁ ଧ୍ୟାନରେ ରଖାଯାଇ କେନ୍ଦ୍ର ଓ ରାଜ୍ୟର ସଂଗଠନରେ ମଧ୍ୟ ପରିବର୍ତ୍ତନ କରାଯିବା ସମ୍ଭାବନା ରହିଛି। ରାଜ୍ୟର କିଛି ନେତାଙ୍କୁ ଦଳର କେନ୍ଦ୍ରୀୟ ସ୍ତରରେ ନିଯୁକ୍ତି ମିଳିପାରେ। କିଛି ଉପାଧ୍ୟକ୍ଷ ଓ ସାଧାରଣ ସଂପାଦକଙ୍କୁ ଦାୟିତ୍ବରୁ ମୁକ୍ତ କରାଯାଇପାରେ।

ଉଲ୍ଲେଖଥାଉକି, ପ୍ରଧାନମନ୍ତ୍ରୀ ‌‌‌ମୋଦୀଙ୍କୁ ସମୀକ୍ଷା ପାଇଁ କେନ୍ଦ୍ରୀୟ ଏବଂ ଓଡ଼ିଶା ସମେତ କିଛି ରାଜ୍ୟର ସଂଗଠନ ବ୍ୟାପାରକୁ ନେଇ ପରଫାରମାନ୍ସ ଆପ୍ରାଇଜାଲ ରିପୋର୍ଟ ହସ୍ତାନ୍ତର କରାଯାଇଥିବା ଚର୍ଚ୍ଚା ହେଉଛି। ସଂପ୍ରସାରଣ‌ରେ ଓଡ଼ିଶାକୁ ଗୋଟିଏ ମନ୍ତ୍ରୀପଦ ମିଳିପାରେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.