ବାହାନଗା ଦୁର୍ଘଟଣା: ଛଅ ମର ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର

add-all

ଭୁବନେଶ୍ୱର: ଜୁନ ଦୁଇ ସଂଧ୍ୟାରେ ବାଲେଶ୍ୱର ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଛଅଟି ମର ଶରୀର ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଶୁକ୍ରବାର ଡିଏନଏ ପରୀକ୍ଷା ରିପୋର୍ଟ ଆସିବା ପରେ ଏମ୍ସ ହସ୍ପିଟାଲରେ ଥିବା ମର ଶରୀରକୁ ଚିହ୍ନଟ କରାଯିବା ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପରୀକ୍ଷା ହେବାକୁ ଯାଇଥିବା ଡିଏନଏ ମଧ୍ୟରୁ ୨୯ଟିର ରିପୋର୍ଟ ଆସିଛି। ଏହାପରେ ମର ଶରୀର ଗୁଡିକୁ ଚିହ୍ନଟ କରାଯାଇଛି।

ବିହାର ଓ ପଶ୍ଚିମବଙ୍ଗକୁ ଦୁଇଟି ଲେଖାଏଁ ମୃତଦେହ ପଠାୟାଇଥିବା ବେଳେ ଝାଡ଼ଖଣ୍ଡ ଓ ଓଡ଼ିଶାରୁ ଗୋଟିଏ ଲେଖାଏଁ ମୃତଦେହ ମୃତକଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି।

ବିହାରର ସୁରଜ କୁମାର ଋଷି ଏବଂ ବାଲିଆ ଜିଲ୍ଲାର ସୁଜିତ କୁମାର ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ପଶ୍ଚିମବଙ୍ଗର ମୃତକମାନେ ହେଲେ ପୁରୁଲିଆ ଜିଲ୍ଲାର ଅଦ୍ରାର ସମୀର ବାଉରୀ ଓ ମେଦିନାପୁର ପୂର୍ବର ମାନସ ମାଇତି। ଝାଡ଼ଖଣ୍ଡର ମର ଶରୀର ହେଲା ସାହେବଗଞ୍ଜର ପୂର୍ଣ୍ଣିଆର ଭୀମ ଚୌଧୁରୀ। ସେହିପରି ଓଡ଼ିଶାର ହେଲେ ମୟୂରଭଞ୍ଜର ଫୁଟୁକିସୋଲର ବ୍ରହ୍ମକାନ୍ତ ଚୌଧୁରୀ।

ଭୁବନେଶ୍ୱର ଏମ୍ସ, ଭୁବନେଶ୍ୱର ମହାନଗର ନିଗମ ଏବଂ ସରକାରୀ ରେଳବାଇ ପୁଲିସ (ଜିଆରପି)ର ମିଳିତ ସହଯୋଗରେ ହୋଇଥିବା ଡିଏନ୍ଏ ପରୀକ୍ଷା ଫଳ ଆଧାରରେ ମୃତଦେହଗୁଡ଼ିକୁ ଚିହ୍ନଟ କରାଯାଇଛି। ସମସ୍ତ ଦାବିଦାର ଆଗକୁ ନ ଆସିବା ଯାଏ ଶବ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିବ ବୋଲି ପୂର୍ବତଟ ରେଳପଥ (ଊଈତ୍ତR) ପକ୍ଷରୁ କୁହାଯାଇଛି।

ଓଡ଼ିଶା ସରକାରଙ୍କ ପକ୍ଷରୁ ଆମ୍ବୁଲାନ୍ସ ଓ ଏସକର୍ଟ ଗାଡିର ବ୍ୟବସ୍ଥା କରାଯାଇଥିବା ବେଳେ ମୃତକଙ୍କ ପରିବାର ପାଇଁ ପୂର୍ବତଟ ଗାଡିର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଭାରତୀୟ ରେଳବାଇ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରିସାରିଛି।

ad-week
Leave A Reply

Your email address will not be published.