ମୌସୁମୀ ଅଧିବେଶନରେ ଆଗତ ହେବ ୟୁସିସି ବିଲ୍‌

add-all

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ତୃତୀୟ ସପ୍ତାହରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ମୌସୁମୀ ଅଧିବେଶନରେ ସରକାର ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌ ଆଗତ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ବିଲ୍‌କୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ପଠାଯିବ। କମିଟି ବିଲ୍‌ ସଂକ୍ରାନ୍ତ ବିଭିନ୍ନ ପକ୍ଷଙ୍କ ମତ ଗ୍ରହଣ କରିବ। ମୌସୁମି ଅଧିବେଶନରେ ହିଁ ସରକାର ୟୁସିସି ବିଲ୍‌ କାର୍ଯ୍ୟକାରୀ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଏକ କାର୍ଯ୍ୟକ୍ରମରେ ୟୁସିସି ସଂକ୍ରାନ୍ତରେ କଡ଼ା ଆଭିମୁଖ୍ୟ ରଖିଥିଲେ। ତେବେ ମୋଦୀଙ୍କ ଟିପ୍ପଣୀକୁ ନେଇ ବିଭିନ୍ନ ବିରୋଧୀ ଦଳ ନେତାମାନେ ଦାବି କରିଛନ୍ତି ଯେ ଆଗକୁ ନିର୍ବାଚନ ଥିବାରୁ ମୋଦୀ କେବଳ ରାଜନୈତିକ ଫାଇଦା ପାଇବାପାଇଁ ୟୁସିସି କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବାରୋପ କରୁଛନ୍ତି।

ad-week
Leave A Reply

Your email address will not be published.