ସମୃଦ୍ଧି ଏକ୍ସପ୍ରେସ୍‌ୱେ ଦୁର୍ଘଟଣା: ମିଛ କହିଥିଲେ ଡ୍ରାଇଭର, ଫାଟିନଥିଲା ବସର ଚକ

add-all

ନାଗପୁର: ଶନିବାର ଦିନ ମହାରାଷ୍ଟ୍ରର ବୁଲଦାଣା ଜିଲ୍ଲାର ସମୃଦ୍ଧି-ମହାମାର୍ଗ ଏକ୍ସପ୍ରେସୱେରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିହାଇଥିଲା | ଏହି ଦୁର୍ଘଟଣାରେ ୨୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ଶୁକ୍ରବାର ଭୋର ପ୍ରାୟ ୧.୩୦ ସମୟରେ ଏହି ଦୁର୍ଘଟଣା ‌ଘଟିଥିଲା। ତେବେ ଏହି ଦୁର୍ଘଟଣା ପଛର କାରଣ ବାବଦରେ ଏବେ ତଥ୍ୟ ସାମ୍ନାକୁ ଆସିଛି | ଅମରାବତୀ ଆରଟିଓ ବିଭାଗ ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ ଏକ ବଡ଼ ଖୁଲାସା କରାଯାଇଛି।
ଏହି ରିପୋର୍ଟରେ କୁହାଯାଇଛି ଯେ ବସର ଟାୟାର ଫାଟି ନଥିଲା ଏବଂ ବସର ବେଗ ଘଣ୍ଟା ପ୍ରତି ୭୦ କିଲୋମିଟର ଥିଲା। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଦୁର୍ଘଟଣାରୁ ବଞ୍ଚିଥିବା ଯାତ୍ରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଡ୍ରାଇଭର ବସ୍‌ରୁ ନିଜର ନିୟନ୍ତ୍ରଣ ହରାଇଥିଲେ, ଯେଉଁ କାରଣରୁ ବସ୍ ଡିଭାଇଡର୍ ସହିତ ଧକ୍କା ହୋଇଥିଲା ଏବଂ ପରେ ଏହି ବଡ ଦୁର୍ଘଟଣା ଘଟିଥିଲା। ବାସ୍ତବରେ ଦୁର୍ଘଟଣା ପରେ ମୃତ୍ୟୁମୁଖରୁ ଅଳ୍ପକେ ବଞ୍ଚିଯାଇଥିବା ବସ୍‌ ଡ୍ରାଇଭର କହିଥିଲେ ଯେ, ବସ୍‌ର ଟାୟାର ଫାଟିଯିବାରୁ ଏହା ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା।
ବସ୍‌ ଓଲଟି ପଡ଼ିବାପରେ ଡିଜେଲ୍‌ ଟ୍ୟାଙ୍କ୍‌ରେ ନିଆଁ ଲାଗି ଯାଇଥିଲା। ବସ୍‌ର ଦ୍ବାର ଥିବା ପାର୍ଶ୍ବ ହିଁ ତଳକୁ ଓଲଟି ପଡ଼ିଥିଲା। ଫଳ‌ରେ ବସ୍‌ରେ ଥିବା ଯାତ୍ରୀ ବାହାରକୁ ବାହାରିବା ସମ୍ଭବ ହୋଇନଥିଲା। ତେବେ ଆଞ୍ଚଳିକ ପରିବହନ ବିଭାଗର ରିପୋର୍ଟରେ ଏହାକୁ ଖଣ୍ଡନ କରାଯାଇଛି | ଉଲ୍ଲେଖ ଥାଉ କି ଏହି ବସ୍‌ରେ ମୋଟ ୩୩ ଜଣ ଯାତ୍ରୀ ଥିଲେ ଓ ଏହି ଯାତ୍ରୀବାହୀ ବସ ନାଗପୁରରୁ ପୁଣେ ଯାଉଥିଲା।

ad-week
Leave A Reply

Your email address will not be published.