୬ଜି ପାଇଁ ପ୍ରସ୍ତୁତି ଆରମ୍ଭ କଲା ଭାରତ, ଗଠନ ହେଲା ୬ଜି ଆଲାଏନ୍ସ

add-all

ନୂଆଦିଲ୍ଲୀ : ଭାରତରେ ମାତ୍ର କିଛି ମାସ ତଳେ ୫ଜି ସେବା ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ଦେଶର ସବୁ ସ୍ଥାନରେ ଏହି ସେବା ପହଞ୍ଚିପାରିନାହିଁ । କିନ୍ତୁ ଏବେଠାରୁ ୬-ଜି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତ । ଏଥପାଇଁ ଗଠନ ହୋଇଛି ୬ଜି ମେଣ୍ଟ ବା ଆଲାଏନ୍ସ । ଏହା ହେଉଛି ସରକାରୀ କ୍ଷେତ୍ର, ଘରୋଇ କ୍ଷେତ୍ର, ଜାତୀୟ ଅନୁସନ୍ଧାନ ଅନୁଷ୍ଠାନ ଓ ଶିକ୍ଷା କ୍ଷେତ୍ରର ଏକ ମେଣ୍ଟ ଯାହାକି ମିଳିତ ଭାବେ ଦେଶରେ ୬ଜି ବିକଶିତ କରିବାକୁ ଉଦ୍ୟମ କରିବ ।
୬ଜି ଆଲାଏନ୍ସ ଭାରତରେ ୬ଜି ଇଣ୍ଟରନେଟ୍ ଆରମ୍ଭ କରିବା ଦିଗରେ ଆରମ୍ଭ କରିଛି। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଏକ କାର୍ଯ୍ୟକ୍ରମରେ ଭାରତ ୬ଜି ଆଲାଏନ୍ସର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଆଇଟି ରାଷ୍ଟ୍ରମନ୍ତ୍ରୀ ଦେବୁ ସିଂ ଚୌହାନ ମଧ୍ୟ ଉପସ୍ଥିତ ଥିଲେ। ୬-ଜି ବିକାଶ ସହିତ ଭାରତ ହାଇସ୍ପିଡ୍ ନେଟୱାର୍କ ଦୁନିଆର ଏକ ପ୍ରମୁଖ ଶକ୍ତି ଭାବେ ଉଭା ହେବ। ୬ଜି ଆଲାଏନ୍ସ ଅଧୀନରେ ବିଭିନ୍ନ କ୍ଷେତ୍ରର ସଂସ୍ଥା ୬ଜି ଭିଜନ ଡକ୍ୟୁମେଣ୍ଟକୁ ସାକାର କରିବା ଦିଗରେ ସରକାରଙ୍କ ସହ ମିଶି କାମ କରିବେ।
ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ଜି ଭିଜନ ଡକ୍ୟୁମେଣ୍ଟ ଉପସ୍ଥାପନ କରିଥିଲେ। ୬ଜି ଭିଜନ ଅଧୀନରେ ଭାରତକୁ ୬ଜି ଯୋଗାଯୋଗକ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ହେବାକୁ ପଡ଼ିବ। ଏହା ମାଧ୍ୟମରେ କେବଳ ଭାରତରେ ନୁହେଁ ବରଂ ଅନ୍ୟ ଦେଶରେ ମଧ୍ୟ ସୁଲଭ ଏବଂ ଦ୍ରୁତ ୬ଜି ଇଣ୍ଟରନେଟ୍ ଯୋଗାଇବା ପାଇଁ ଉଦ୍ୟମ କରାଯିବ ।

ad-week
Leave A Reply

Your email address will not be published.