ଭାରତ ଉପରେ ପ୍ରତିଶୋଧ ନେବାକୁ ଯୋଜନା କରୁଛନ୍ତି ଖଲିସ୍ତାନୀ, ସତର୍କ କରାଇଲେ ଗୁଇନ୍ଦା ଏଜେନ୍ସି

add-all

ନୂଆଦିଲ୍ଲୀ : ନିଜର ତିନିଜଣ ବରିଷ୍ଠ ନେତାଙ୍କ ମୃତ୍ୟୁ ପରେ ଖଲିସ୍ତାନ ସମର୍ଥକ ସଂସ୍ଥାଗୁଡ଼ିକ ଏବେ ଗଭୀର ଚାପରେ ଅଛନ୍ତି । ଏସବୁ ନେତାଙ୍କ କେବଳ ହତ୍ୟା ବା ମୃତ୍ୟୁ ହୋଇନି ବରଂ ଭାରତୀୟ ଗୁଇନ୍ଦା ଏଜେନ୍ସିମାନେ ଯୋଜନା କରି ହତ୍ୟା କରିଛନ୍ତି ବୋଲି ସେମାନେ ମନେକରୁଛନ୍ତି । ଏବେ ସେମାନେ ପ୍ରତିଶୋଧ ନେବାକୁ ଯୋଜନା କରୁଛନ୍ତି ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି ।
ଗୁଇନ୍ଦା ରିପୋର୍ଟ ଅନୁସାରେ ଖଲିସ୍ଥାନୀ ସଂଗଠନଗୁଡ଼ିକ ପଞ୍ଜାବର ହିନ୍ଦୁ ନେତା ଓ ବ୍ରିଟେନ, ଆମେରିକା, କାନାଡା ଓ ଅଷ୍ଟ୍ରେଲିଆ ଭଳି ଦେଶରେ ଥିବା ଭାରତୀୟ କନସୁଲେଟଗୁଡ଼ିକ ଉପରେ ଆକ୍ରମଣ ଓ ହିଂସାତ୍ମକ ବିକ୍ଷୋଭ ଯୋଜନା କରୁଛନ୍ତି । ଏଥିପାଇଁ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି । ବିଶେଷକରି ଗତ ଜୁଲାଇ ୨ ତାରିଖରେ ଆମେରିକାର ସାନ୍ ଫ୍ରାନ୍ସିସ୍କୋସ୍ଥିତ ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ପରେ ସତର୍କତାକୁ ବଢାଇଦିଆଯାଇଛି ।
ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଖଲିସ୍ତାନର ତିନି ଜଣ ନେତାଙ୍କ ମୃତ୍ୟୁ ପରେ ଏହାର ଶୀର୍ଷ ନେତୃତ୍ୱ ଚାପରେ ଅଛନ୍ତି। ଗତ ମାସରେ କାନାଡ଼ାରେ ହରଦୀପ ସିଂ ନିଜାରଙ୍କୁ ହତ୍ୟା କରାଯାଇଥିଲା। ସେହିପରି ପାକିସ୍ତାନରେ ରହୁଥିବା ୬୩ ବର୍ଷୀୟ ଖଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂହ ପଞ୍ଜୱାରଙ୍କୁ ହତ୍ୟା କରାଯାଇଥିବା ଖବର ମେ ମାସରେ ସାମ୍ନାକୁ ଆସିଥିଲା। ଏବଂ ଗତ ମାସରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଯୋଜନା କରିଥିବା ଖଲିସ୍ତାନ ସମର୍ଥକ ନେତା ଅବତାର ସିଂ ଖଣ୍ଡାଙ୍କର ବ୍ରିଟେନରେ ଦେହାନ୍ତ ହୋଇଥିଲା ।

ad-week
Leave A Reply

Your email address will not be published.