ମର୍ଣ୍ଣିଂ ୱାକ୍‌ରେ ଯାଉଥିଲେ ୩ ଜଣ, ମାଡ଼ିଗଲା ଦ୍ରୁତଗାମୀ କାର୍‌

add-all

ହାଇଦ୍ରାବାଦ : ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଭିଡିଓ। ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ୨ ଜଣ ମହିଳା ଓ ଜଣେ ଛୋଟ ପିଲା ଉପରେ ପଛ ପଟୁ କେମିତି ଗୋଟିଏ ଦ୍ରୁତଗାମୀ କାର୍‌ ନିୟନ୍ତ୍ରଣ ହରାଇ ମାଡ଼ି ଯାଉଛି, ତା’ର ଲାଇଭ ଚିତ୍ର ସିସିଟିଭିରେ କଏଦ ହୋଇଛି।
ତେଲେଙ୍ଗାନର ହାଇଦ୍ରାବାଦରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାରେ ୩ ଜଣ ଯାକ ପ୍ରାଣ ମଧ୍ୟ ହରାଇଛନ୍ତି। ୨ ମହିଳା ଓ ଛୋଟ ପିଲା ଜଣଙ୍କ ହାଇଦ୍ରାବାଦର ହାଇଦରଶାକୋଟେ ମୁଖ୍ୟ ରୋଡ୍‌ରେ ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ବେଳେ ଏପରି ଘଟଣା ଘଟିଛି।
ସାମ୍ନାକୁ ଆସିଥିବା ଭିଡିଓ ଅନୁସାରେ, ମୁଖ୍ୟ ରାସ୍ତାରେ ଦ୍ରୁତଗାମୀ କାର୍‌ଟି ହଠାତ୍‌ ମୋଡ ନେବା ବେଳେ ସ୍କିଟ୍‌ କରି ଯାଇଥିଲା। ଏହାପରେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଚାଲିଚାଲି ଯାଉଥିବା ୩ ଜଣଙ୍କ ଉପରେ ମାଡ଼ି ଯାଇଥିଲା।
ଏମାନଙ୍କୁ ଧକ୍କା ଦେବା ପରେ କାର୍‌ଟି ରାସ୍ତା କଡ଼ରେ ଥିବା ଗଛଗୁଡ଼ିକୁ ଧକ୍କା ଦେଇଥିଲା। ସେଠାରୁ ଗାଡ଼ିଟି ଆଉ ଆଗକୁ ଯାଇ ପାରି ନଥିଲା। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିର ଯାଞ୍ଚ କରିଛି।
କାର୍‌ ଧକ୍କାରେ ପ୍ରାଣ ହରାଇଥିବା ଲୋକମାନେ ଶାନ୍ତି ନଗର କଲୋନୀରେ ରହୁଥିଲେ। ନାରସାନିଗି ପୁଲିସ୍‌ ମାମଲା ରୁଜୁ କରିବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ ଗାଡ଼ି ଚାଳକଙ୍କ ବିରୋଧରେ ପୁଲିସ୍‌ ପକ୍ଷରୁ କୌଣସି ପ୍ରକାରର ସୂଚନା ଦିଆଯାଇନି।

ad-week
Leave A Reply

Your email address will not be published.