ୟୁସିସିକୁ ବିରୋଧ କର : ମୁସଲିମ ପର୍ସନାଲ ଲ’ ବୋର୍ଡ

add-all

ନୂଆଦିଲ୍ଲୀ : ସମାନ ନାଗରିକ ସଂହିତା ବା ୟୁସିସିକୁ ନେଇ ବିବାଦ ଜାରି ରହିଛି । ଏହି ପ୍ରସ୍ତାବିତ ଆଇନକୁ ବିରୋଧ କରିବାକୁ ଘୋଷଣା କରିଛି ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍ପିଏଲବି) ।
ବୁଧବାର ଏହି ପ୍ରସଙ୍ଗରେ ବୋର୍ଡର ଏକ ଜରୁରୀ ବୈଠକ ବସିଥିଲା । ବୈଠକରେ ୟୁସିସିକୁ ବିରୋଧ କରିବାକୁ ଆହ୍ବାନ କରାଯାଇଥିଲା । ବୈଠକ ପରେ ଏହି ଘଟଣାରେ ଏକ ଚିଠି ଜାରି କରାଯାଇଛି। ଏହି ଚିଠିରେ ୟୁନିଫର୍ମ ସିଭିଲ୍ କୋଡ୍ ପ୍ରଚଳନକୁ ବିରୋଧ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି।
ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ଚିଠିରେ ଲେଖିଛି ଯେ ଦେଶରେ ୟୁସିସି ଲାଗୁ କରିବା ପାଇଁ ବାତାବରଣ ସୃଷ୍ଟି କରାଯାଉଛି। ଏପରି କରି ଭିନ୍ନ ଭିନ୍ନ ଧର୍ମ ଓ ଭିନ୍ନ ସଂସ୍କୃତି ଥିବା ଦେଶର ଧାର୍ମିକ ଓ ସାଂସ୍କୃତିକ ସ୍ୱାଧୀନତା ଉପରେ ଆକ୍ରମଣ ହେଉଛି। ଆଇନ ଆୟୋଗଙ୍କ ଦ୍ୱାରା କରାଯାଉଥିବା ସର୍ଭେରେ ଆମକୁ ଆମର ମତାମତ ଦେବାକୁ ପଡିବ ଏବଂ ଆମକୁ ଏହାର ବିରୋଧ କରିବାକୁ ପଡିବ । ଲୋକମାନେ ଲ କମିସନ ସାଇଟରେ ଯାଇ ନିଜର ବିରୋଧ ଦର୍ଶାଇବାକୁ କୁହାଯାଇଛି ।
ଅନ୍ୟପକ୍ଷରେ ୟୁସିସିକୁ ନେଇ ବିଭିନ୍ନ ମୁସଲିମ ସଂଗଠନଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି । ହଜ୍ କମିଟି ଅଧ୍ୟକ୍ଷ ମୋହସିନ ରଜା କହିଛନ୍ତି ଯେ ବର୍ତ୍ତମାନ ମୌଲବୀ ପର୍ସନାଲ ଲ’ ବୋର୍ଡ ବ୍ୟତୀତ ଅଲ୍ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ ନାହିଁ।

ad-week
Leave A Reply

Your email address will not be published.