ବଦଳିବ ମୋଦିଙ୍କ ମନ୍ତ୍ରିମଣ୍ଡଳ! ନଡ୍ଡାଙ୍କୁ ଭେଟିଲେ ଏକାଧିକ ମନ୍ତ୍ରୀ ଓ ବରିଷ୍ଠ ନେତା

add-all

ନୂଆଦିଲ୍ଲୀ : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ଓ ସାଂଗଠନିକ ଅଦଳବଦଳ କରିବାକୁ ମୁଡରେ ଥିବା ବିଜେପିର ଦିଲ୍ଲୀ ମୁଖ୍ୟାଳୟ ହଠାତ୍‌ ଚଳଚଞ୍ଚଳ ହୋଇ ଉଠିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କ୍ୟାବିନେଟକୁ ଅଦଳବଦଳ କରିବାକୁ ଯାଉଥିବା ଚର୍ଚ୍ଚା ଭିତରେ ଆଜି ଏକାଧିକ ମନ୍ତ୍ରୀ ଓ ବରିଷ୍ଠ ନେତା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ବରିଷ୍ଠ ନେତାମାନଙ୍କ ସହ ଶ୍ରୀ ନଡ୍ଡା ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି।
ଦିନକ ତଳେ ବିଜେପି ୪ ରାଜ୍ୟର ନୂଆ ସଭାପତିଙ୍କ ନାଁ ଘୋଷଣା କରିଥିଲା। ପଞ୍ଜାବ, ତେଲେଙ୍ଗାନା, ଆନ୍ଦ୍ର ପ୍ରଦେଶ ଓ ଝାରଖଣ୍ଡର ଦାୟିତ୍ୱ ଦଳ ବରିଷ୍ଠ ନେତାଙ୍କୁ ଦେଇଥିଲା। ଏହି ନବନିଯୁକ୍ତ ପରେ ସାଂଗଠନିକସ୍ତରରେ ବିଜେପି ଆହୁରି ପରିବର୍ତ୍ତନ କରିବ ଓ ଏହା ପୂର୍ବରୁ ମୋଦିଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି।
ଏସବୁ ଭିତରେ ଆଜି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଦଳୀୟ ମୁଖ୍ୟାଳୟରେ ନଡ୍ଡାଙ୍କୁ ଭେଠିଛନ୍ତି। ପଞ୍ଜାବର ନୂଆ ବିଜେପି ସଭାପତି ସୁନୀଲ ଜାଖର ମଧ୍ୟ ପାର୍ଟି ଅଫିସକୁ ଆଜି ଦଳର ମୁଖିଆଙ୍କ ସହ କଥା ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଆଉ କିଛି କେନ୍ଦ୍ରମନ୍ତ୍ରୀ ମଧ୍ୟ ନଡ୍ଡାଙ୍କୁ ଭେଟିବା ପ୍ରକ୍ରିୟା ଜାରି ରଖିଛନ୍ତି। ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଜୁନ ରାମ ମେଘୱାଲ, ଭୂପେନ୍ଦ୍ର ଯାଦବ ଓ କିରଣ ରିଜିଜୁ ମଧ୍ୟ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ।
କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଦଳର ସାଧାରଣ ସମ୍ପାଦକ(ସଂଗଠନ) ବିଏଲ ସନ୍ତୋଷଙ୍କୁ ଭେଟିଥିବା ବେଳେ ଆଉ ଜଣେ ମନ୍ତ୍ରୀ ଏସ୍‌ପିଏସ୍‌ ବାଘେଲ ବିଜେପି ଅଧ୍ୟକ୍ଷ ନଡ୍ଡାଙ୍କୁ ଭେଟିଛନ୍ତି। ଏପରି ସିରିଜ ଭେଟଘାଟ ସମ୍ପର୍କରେ ବିଜେପି ପକ୍ଷରୁ କିଛି ବି କୁହାଯାଇନି। କିନ୍ତୁ ଆଗକୁ ବିଜେପି ବଡ଼ ଘୋଷଣା ମୁଡରେ ଥିବା ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.