ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ୪ ମହଲା କୋଠା, ଫସି ରହିଛନ୍ତି ଅନେକ

add-all

ନୂଆଦିଲ୍ଲୀ : ଭୁଶୁଡ଼ି ଗଡ଼ିଲା ନିର୍ମାଣାଧୀନ ୪ ମହଲା କୋଠା। ଏହି କୋଠା ତଳେ ବହୁ ଲୋକ ଚାପି ହୋଇ ଯାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି। ଦିଲ୍ଲୀର ଆମ୍ୱେଦକର ନଗର ଅଞ୍ଚଳରେ ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଏହି ଘଟଣା ଘଟିଛି।
ଭଗ୍ନ ସ୍ତୁପ ତଳୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଖୋଜି ବାହାର କରିବାକୁ ସମସ୍ତେ କାମରେ ଲାଗି ପଡ଼ିଛନ୍ତି। ଉଦ୍ଧାର କାମରେ ପ୍ରାୟ ୫ ସ୍ଥାନରୁ ଆସିଥିବା ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିବା ଦିଲ୍ଲୀ ଅଗ୍ନିଶମ ବାହିନୀ ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି।

ad-week
Leave A Reply

Your email address will not be published.