ଜନସାଧାରଣଙ୍କୁ କ୍ଷମା ମାଗିଲେ ‘ଆଦିପୁରୁଷ’ର ସଂଳାପ ଲେଖକ ମନୋଜ

add-all

ନୂଆଦିଲ୍ଲୀ: ‘ଆଦିପୁରୁଷ’ର ସଂଳାପ ଜନସାଧାରଣଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ଏହାର ଲେଖକ ମନୋଜ ମୁନ୍ତଶିର୍‌ ଆଜି ଯୋଡ଼ହସ୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି।

ଆଜି ଟୁଇଟ୍‌ କରି ସେ ଲେଖିଛନ୍ତି: ଆଦିପୁରୁଷ ଯୋଗୁଁ ଜନତାଙ୍କ ଭାବାବେଗ ଆହତ ହୋଇଥିବା କଥା ମୁଁ ସ୍ବୀକାର କରୁଛି। ମୋର ସମସ୍ତ ଭାଇଭଉଣୀ, ବୟୋଜ୍ୟେଷ୍ଠ, ପୂଜ୍ୟ ସାଧୁସ‌ନ୍ଥ ଏବଂ ଶ୍ରୀରାମଙ୍କ ଭକ୍ତମାନଙ୍କୁ ଯୋଡ଼ହସ୍ତରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛି। ଏକ ଓ ଅଭିନ୍ନ ରହି ଆମ ପବିତ୍ର ସନାତନ ଓ ମହାନ୍‌ ଦେଶର ସେବା କରିବା ଲାଗି ଭଗବାନ ବଜରଙ୍ଗ ବଳୀ ଆମ ସମସ୍ତଙ୍କ ପ୍ରତି କୃପା କରନ୍ତୁ।

ଜୁନ୍‌ ୧୬ ତାରିଖରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବା ପରଠାରୁ ଏହାର ନିକୃଷ୍ଟ ଧରଣର ସଂଳାପକୁ ନେଇ ଜନ ଅସନ୍ତୋଷ ଓ ତୀବ୍ର ସମାଲୋଚନା ଚାଲିଥିଲା। ଏଥିରେ, ବିଶେଷ କରି ହନୁମାନ ଚରିତ୍ର ପାଇଁ ଉଦ୍ଦିଷ୍ଟ ସଂଳାପଗୁଡ଼ିକ ଇତର ଜନତାର ଭାଷା ଭଳି ହୋଇଛି। କିଛି ଦିନ ତଳେ ‘ଆଜ୍‌ ତକ୍‌’ ସହିତ କରିଥିବା ସାକ୍ଷାତ୍‌କାରରେ ମଧ୍ୟ ମନୋଜ ‘ଆଦିପୁରୁ’ପାଇଁ ଲେଖଥିବା ସଂଳାପଗୁଡ଼ିକ ଯଥାର୍ଥ ବୋଲି କହିଥିଲେ। ସେହି ସମୟରେ ସେ କହିଥିଲେ କି, ବଜରଙ୍ଗ ବଳୀ ବା ପ୍ରଭୁ ହନୁମାନ ଈଶ୍ବର ନୁହନ୍ତି, କିନ୍ତୁ ପ୍ରଭୁ ରାମଙ୍କ ପ୍ରତି ତାଙ୍କର ପ୍ରଗାଢ଼ ଭକ୍ତି ଯୋଗୁଁ ତାଙ୍କୁ ଈଶ୍ବର ବୋଲି ବିବେଚନା କରାଯାଉଛି।

ad-week
Leave A Reply

Your email address will not be published.