ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଗିରଫ

add-all

ନୂଆଦିଲ୍ଲୀ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଓ.ପି ସୋନିଙ୍କୁ ଗିରଫ କରିଛି ରାଜ୍ୟ ଭିଜିଲାନ୍ସ। ୨୦୧୬ରୁ ୨୦୨୨ ମଧ୍ୟରେ ସେ ଏହି ସଂପତ୍ତି ଠୁଳ କରିଥିଲେ।
୨୦୧୬ ଏପ୍ରିଲ ୧ ତାରିଖରୁ ୨୦୨୨ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଓ.ପି ସୋନି ଓ ତାଙ୍କ ପରିବାରର ଆୟ ୪.୫୨ କୋଟି ଟଙ୍କା ଥିଲା। ତେବେ ଏହି ସମୟ ମଧ୍ୟରେ ସେମାନଙ୍କର ଖର୍ଚ୍ଚର ପରିମାଣ ୧୨.୪୮ କୋଟି ଟଙ୍କା ଥିଲା। ଅର୍ଥାତ୍ ତାଙ୍କ ଆୟ ଠାରୁ ସେ ୧୭୬.୦୮% ଅଧିକ ଅର୍ଥ ବ୍ୟୟ କରିଥିଲେ।
ଏହି ୬ ବର୍ଷ ମଧ୍ୟରେ ଓ.ପି ସୋନି ତାଙ୍କ ପତ୍ନୀ ସୁମନ ସୋନି ଓ ପୁଅ ରାଘବ ସୋନିଙ୍କ ନାଁରେ ଅନେକ ସଂପତ୍ତି ଠୁଳ କରିଥିଲେ। ଏହି ମାମଲାରେ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ପଞ୍ଜାବ ଭିଜିଲାନ୍ସ ବ୍ୟୁରୋର ମୁଖପାତ୍ର।
ଦୁର୍ନୀତି ମାମଲାରେ ଗିରଫ ହେବାରେ ଓ.ପି ସୋନି ହେଉଛନ୍ତି କଂଗ୍ରେସର ଚତୁର୍ଥ ପୂର୍ବତନ ମନ୍ତ୍ରୀ। ତାଙ୍କ ପୂର୍ବରୁ ଭାରତ ଭୂଷଣ ଆଶୁ, ସାଧୁ ସିଂହ ଧର୍ମସୋତ ଓ ସୁନ୍ଦର ଶ୍ୟାମ ଅରୋଡାଙ୍କୁ ଭିଜିଲାନ୍ସ ଗିରଫ କରିସାରିଛି। ଏମାନେ ସମସ୍ତେ ଏବେ ଜେଲ୍‌ରେ ଅଛନ୍ତି।

ad-week
Leave A Reply

Your email address will not be published.