ଚିକିଟିରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ବିକାଶ ଅଭିଯାନ

add-all

ଚିକିଟି : ଚିକିଟି ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ସ୍ଥାନୀୟ ସଭାଗୃହ ଠାରେ ସୋମବାର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ବିକାଶ ଅଭିଯାନ ବା “ମୁକ୍ତା ଯୋଜନା’ ବିଷୟ ରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମିସନ ଶକ୍ତି, ସ୍ଵୟମ ସହାୟକ ଗୋଷ୍ଠୀ ଓ ଅଧିକାରୀମାନଙ୍କ ଦକ୍ଷତା ବିକାଶ ବିଷୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୌର ପରିଷଦ ଅଧିକାରୀ କୁଲଦୀପ କୁମାର, ଏନଏସି ଅଧ୍ୟକ୍ଷା ଦୀପା କୁମାରୀ ସାହୁଙ୍କ ଉପସ୍ଥିତି ରେ ପ୍ରତ୍ୟେକ ୱାର୍ଡ ର ୱାର୍ଡ ମେମ୍ବର, ମିଶନ ଶକ୍ତି (SHG) ଗ୍ରୁପ୍ ର ସଭାପତି ସମ୍ପାଦକ ମାନେ କାର୍ଯ୍ୟକ୍ରମ ରେ ଯୋଗଦାନ ଦେଇଥିଲେ ।

ମୁକ୍ତା ଯୋଜନାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଉପରେ ରାଜ୍ୟ ମିଶନ ମ୍ୟାନେଜର ପ୍ରସନ୍ନ କୁମାର ମହାରଣା ଆଲୋକପାତ କରିଥିଲେ। ଏସଏଚଜି ଓ ମିଶନ ଶକ୍ତି ର ନିୟୋଜନ ରେ ଭିତିଭୂମି ରକ୍ଷଣବେକ୍ଷଣ ,ଭିତିଭୂମି ସଂରକ୍ଷଣ ତଥା ବର୍ଷା ଜଳ ସଂରକ୍ଷଣ , ଚଲା ପଥ, ପାର୍କ, ମୁକ୍ତ ଆକାଶ ଜିମ୍ ଓ ଭେଣ୍ଡିଂ ଜୋନ ଭଳି ବିଭିନ୍ନ କାର୍ଯ୍ୟ ମିଶନ ଶକ୍ତି ଓ SHG ହିଁ କାର୍ଯ୍ୟ କରିବେ । ଏଥି ନିମନ୍ତେ 62 ଗୋଟି ଗ୍ରୁପ୍ କୁ 2 କୋଟି 33 ଲକ୍ଷ୍ୟ ଟଙ୍କା ମୁକ୍ତା ଯୋଜନା ରେ ରାଜ୍ୟ ସରକାର ଅନୁଦାନ ଅର୍ଥ ପ୍ରଦାନ କରିଥିବା ବେଳେ 38 ଗୋଟି ଗ୍ରୁପ୍ କୁ କାର୍ଯ୍ୟ ଦିଆ ଯାଇଥିବା ନେଇ ଅଧ୍ୟକ୍ଷ। ଆଭାସୀ ମାଧ୍ୟମରେ ରାଜ୍ୟ ସଂଯୋଜକଙ୍କୁ ଜଣାଇଥିଲେ। ଚଳିତ ବର୍ଷ 21 ଗୋଟି ପ୍ରକଳ୍ପ ଲାଗି 1 କୋଟି 46 ଲକ୍ଷ ର ଟଙ୍କା ମଞ୍ଜୁର ହୋଇଛି।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁକ୍ତା ଯୋଜନାର ନିୟୋଜିତ ଅଧିକାରୀ ପବିତ୍ର କୁମାର ନାୟକ, ଉମା ଶଙ୍କର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅନ୍ୟ କର୍ମଚାରୀ ମାନେ କାର୍ଯ୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.