ଫୁଲବାଣୀ ପୌର ପରିଷଦର ବିଭିନ୍ନ ୱାର୍ଡରେ ଜାଗା ମିଶନ ଉପଦେଷ୍ଟା

add-all

ଫୁଲବାଣୀ : ରାଜ୍ୟ ସରକାରଙ୍କ ଜାଗାମିଶନର ଉପଦେଷ୍ଟା ହରି ଶଙ୍କର ରାଉତ କନ୍ଧମାଳ ଜିଲ୍ଲାର ଫୁଲବାଣୀ ପୌରପରିଷଦ ର ବିଭିନ୍ନ ୱାର୍ଡ଼ ଯଥା ୪,୮,୯,୧୦ ଓ ୧୧ ନମ୍ବର ର ସମସ୍ତ ଜାଗା ମିଶନର କାର୍ଯ୍ୟ ସମୀକ୍ଷା କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଜିଲ୍ଲା ଯୁବ ସଭାପତି ବିଶ୍ନୁ ଚରଣ ମଲ୍ଲିକ, ଫୁଲବାଣୀ ପୌର ପରିଷଦ ଉପାଧ୍ୟକ୍ଷା ପାୟଲ ବେହେରା, ନଗର ଯୁବ ସଭାପତି ରାକେଶ ମିଶ୍ର, ନଗର ଯୁବ ଉପ ସଭାପତି ଚନ୍ଦନ ପରିଡା, ଯୁବ ସମ୍ପାଦକ ରମା କାନ୍ତ ବେହେରା,ରଞ୍ଜିତ ନାୟକ, ଅସିତ ବେହେରା,ଲକି ମହାନ୍ତି, ଚାରି ନମ୍ବର ୱାର୍ଡର କାଉନ୍ସିଲର ଲୋଚନ କହଁର, ଆଠ ନମ୍ବର ୱାର୍ଡର ରାଜେନ୍ଦ୍ର ପାଢି ପ୍ରମୁଖ ଉପସ୍ଥିତ ଥିଲେ l ଏହି ସବୁ ୱାର୍ଡ଼ରେ ବୁଲି ଯେଉଁ ସବୁ ଜାଗାକୁ ଜାଗା ମିସନ୍ ରେ ସାମିଲ କରାଯାଇଛି ଏବଂ ଜାଗା ମିଶରେ ଚିହ୍ନଟ ହୋଇ ନଥିବା ଘର ଗୁଡ଼ିକୁ ସାମିଲ କରିବା ପାଇଁ ସମୀକ୍ଷା କରିଥିବା ଜଣାପଡିଛି।

ad-week
Leave A Reply

Your email address will not be published.