୪ ଦିନ ଧରି ବ୍ରାହ୍ମଣୀଗାଁସ୍ଥିତ ଦୁଇଟି ଏଟିଏମରେ ଟଙ୍କା ନଥାଇ ଅଚଳ ରହିଛି

add-all

ଦାରିଙ୍ଗବାଡି, ୧୧/୦୭ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବଜାରସ୍ଥିତ ୨ଟି ଷ୍ଟେଟ ବ୍ୟାଙ୍କ ଏଟିଏମରେ ଟଙ୍କା ନଥାଇ ଅଚଳ ଅବସ୍ଥାରେ ୪ ଦିନ ଧରି ପଡି ରହିଥିବା ଖବର ହସ୍ତଗତ ହୋଇଛି । ୪ ଦିନ ଧରି ଏଟିଏମରେ ଟଙ୍କା ନଥିବାରୁ ସାଧାରଣ ଜନତା ଜରୁରୀ ଆବଶ୍ୟକତାରେ ପଇସା ଉଠେଇ ନ ପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଅଞ୍ଚଳବାସୀ ଦାବୀ କରିଛନ୍ତି ।

ପ୍ରକାଶ ଥାଉକି ବ୍ରାହ୍ମଣୀଗାଁରେ ଥିବା ଦୁଇଟି ଷ୍ଟେଟ ବ୍ୟାଙ୍କ ଏଟିମ ଉପରେ ମୁଖ୍ୟତ ୧୧ ଗୋଟି ଗ୍ରାମ ପଞ୍ଚାୟତ ବାସୀ ନିର୍ଭର କରି ଥାନ୍ତି।ଏହା ସହିତ ଟୁରିଷ୍ଟ ରୁଟ ହୋଇଥିବାରୁ ପ୍ରତି ଦିନ ଶତାଧିକ ଗାଡି ଘୋଡା ଆତ ଜାତ ହେଉଛି। ହେଲେ ଦୁଇ ଦୁଇଟି ଏଟିମ ଅଚଳ ଥିବାରୁ ଅଞ୍ଚଳ ବାସୀଙ୍କ ସହିତ ବାହାରୁ ଆସୁଥିବା ଟୁରିଷ୍ଟ ହଇରାଣ ହରକତ ହେଉଥିବା ଜଣା ପଡ଼ିଛି। ଏଣୁ ଅତି ଶୀଘ୍ର ଏଟିମ ଚାଲୁ କରିବାକୁ ସର୍ଵ ସାଧାରଣରେ ଦାବୀ ହେଉ ଥିବା ଜଣାପଡିଛି।

ad-week
Leave A Reply

Your email address will not be published.