ଏମ୍‌ଡି ଓ ସିଇଓଙ୍କୁ ଖଣ୍ଡାରେ ହାଣି ହତ୍ୟା କଲେ କମ୍ପାନୀର ପୂର୍ବତନ କର୍ମଚାରୀ

add-all

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ମଙ୍ଗଳବାର ଏକ କମ୍ପାନୀର ଏମ୍‌ଡି ଓ ସିଇଓଙ୍କୁ ହତ୍ୟା କରାଯାଇଛି। କମ୍ପାନୀର ଜଣେ ପୂର୍ବତନ କର୍ମଚାରୀ ସେମାନଙ୍କୁ ଖଣ୍ଡାରେ ହାଣି ଓ ଛୁରୀରେ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତକ ଦ୍ୱୟ ହେଲେ ଏରୋନିକ୍ସ ଇଣ୍ଟରନେଟ କମ୍ପାନୀର ଏମ୍‌ଡି ଫଣିନ୍ଦ୍ର ସୁବ୍ରମଣ୍ୟମ ଓ ସିଇଓ ବିନୁ କୁମାର। ଅଭିଯୁକ୍ତର ନାଁ ଫେଲିକ୍ସ ବୋଲି ଜଣାପଡ଼ିଛି। ସେ ଫେରାର ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବର୍ଷେ ହେଲା ଏହି କମ୍ପାନୀ ଖୋଲିଛି। ଅଭିଯୁକ୍ତ ଫେଲିକ୍ସ ପ୍ରଥମେ ଏଠାରେ କାମ କରୁଥିଲା। କିନ୍ତୁ ସେ ଏହି କମ୍ପାନୀ ଛାଡ଼ି ନିଜର ସଂସ୍ଥା ଖୋଲିଥିଲା। ଫଣିନ୍ଦ୍ର ଓ ବିନୁ ଯେଉଁ ବ୍ୟବସାୟ କରୁଥିଲେ ଫେଲିକ୍ସ ବି ସେହି ବ୍ୟବସାୟ କରୁଛି। ତେବେ ଫଣିନ୍ଦ୍ର ସୁବ୍ରମଣ୍ୟମ ତାକୁ ହଇରାଣ କରୁଥିଲେ। ସେଥିପାଇଁ ତାଙ୍କ ଉପରେ ରାଗ ରଖିଥିଲା ଫେଲିକ୍ସ।
ଆଜି ଅପରାହ୍ଣ ପ୍ରାୟ ୪ଟା ବେଳେ ଫେଲିକ୍ସ ଏକ ଖଣ୍ଡା ଓ ଛୁରୀ ଧରି ଏରୋନିକ୍ସ ଇଣ୍ଟରନେଟ କମ୍ପାନୀକୁ ଆସିଥିଲା। ସେ ଉଭୟ ଫଣିନ୍ଦ୍ର ଓ ବିନୁଙ୍କୁ ଖଣ୍ଡାରେ ହାଣି ଓ ଛୁରୀରେ ଭୁସି ହତ୍ୟା କରିଥିଲା। ତା’ପରେ ଫେରାର ହୋଇଯାଇଥିଲା।

ad-week
Leave A Reply

Your email address will not be published.